ରାସ୍ତାରୁ ଭାଲୁର ମୃତଦେହ ଉଦ୍ଧାର

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ବାଟଗାଁ ଫରେଷ୍ଟ ସେକ୍ସନର ବିନ୍ଧପୁର -ଅଙ୍ଗାବିରା ରାସ୍ତାରୁ ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଭାଲୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ରାଞ୍ଚି -ବିଜୟୱାଡ଼ା ଜାତୀୟ ରାଜପଥର ଅଂଶ ବିଶେଷ ନାକଟିଦେଉଳ ଅଙ୍ଗାବିରା ରାସ୍ତାର ବିନ୍ଧପୁର ପୋଲ ନିକଟ ଗେଣ୍ଠଣି ଠାରେ ଭାଲୁ ଟି ରାସ୍ତା ପାରି ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡି ଭାଲୁଟିକୁ ଧକ୍କା ଦେଇଥିଲା। ଆଜି ସକାଳୁ ଏହି ରାସ୍ତାରେ ଯାଉଥିବା କିଛି ଲୋକ ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବାଟଗାଁ ଫରେଷ୍ଟର ଦିଲ୍ଲୀପ କୁମାର ବେହେରା ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଜବତ କରିଥିବା ଜଣାପଡିଛି । ତେବେ ବ୍ୟବଚ୍ଛେଦ ପରେ ଭାଲୁର ମୃତଦେହକୁ ପୋତି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *