ରାଜ୍ୟ ବିଜେପିର ଚାରି ସାଧାରଣ ସମ୍ପାଦକଙ୍କୁ ନେଇ ବୈଠକ ଆରମ୍ଭ

ରାଜ୍ୟ ବିଜେପିର ଚାରି ସାଧାରଣ ସମ୍ପାଦକଙ୍କୁ ନେଇ ବୈଠକ ଆରମ୍ଭ | ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଉପସ୍ଥିତ ଅଛନ୍ତି | ତେବେ ବୈଠକକୁ ନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି, ସଂଗଠନର ଆଗାମୀ କାର୍ଯ୍ୟକ୍ରମ ଏବଂ ନୂଆ ରଣନୀତି ନେଇ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ | ଏହାସହ ସବୁ ଦିଗରୁ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ତୋମାର | ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ଆଗାମୀ ବର୍ଷରେ ବୁଥ, ମଣ୍ଡଳରୁ ନେଇ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ | ଆଗାମୀ ଦିନରେ ଗ୍ରାଉଣ୍ଡ ଯିବ ବିଜେପି ଏବଂ ଅଧିକରୁ ଅଧିକ ଲୋକଙ୍କୁ ଦଳ ସହିତ ଯୋଡିବାକୁ ରଣନୀତି ପ୍ରସ୍ତୁତ କରାଯିବ |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *