ଚିକିଟି ମଦ ମୃତ୍ୟୁ ଘଟଣା: ଆଉ ଜଣଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ଘଟଣା। ଅପମିଶ୍ରିତ ମଦ ପିଇ ଚିକିତ୍ସିତ ହେଉଥିବା ଆଉ ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏମକେସିଜି ମେଡିକାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ଚିକିଟି ଜେନାପୁରର ପ୍ରଦୀପ କୁମାର ବେହେରାଙ୍କ ​ସୋମବାର ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ପ୍ରଦୀପଙ୍କୁ ମିଶାଇ ଅପମିଶ୍ରିତ ମଦ ପିଇ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ପ୍ରାଣ ହରାଇଥିବା ପ୍ରଦୀପ ଜଣେ ଦିନ ମଜୁରିଆ ଥିଲେ। ତାଙ୍କ ଘରେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସମେତ ଜଣେ ଭଉଣୀ ରହିଛନ୍ତି। ପ୍ରଦୀପଙ୍କ ମୃତ୍ୟୁ ପରେ ତାଙ୍କ ଘର ପୁରୁଷ ଶୂନ୍ୟ ହୋଇଯାଇଛି। ଗତ ୧୯ରେ ଘଟିଥିବା ମଦମୃତ୍ୟୁ ଘଟଣାରେ ପୂର୍ବରୁ ଜେନାପୁରର ଜୁର ବେହେରା , ଲୋକନାଥ ବେହେରା, ଲକ୍ଷ୍ମଣ ବେହେରା, ବାୟା ସେଠୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *