ଆଜି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବଳଙ୍ଗା ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସାହାରୁଖ ଖାନଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର କର୍ମୀମାନେ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଏକ ମହମବତୀ ଶୋଭାଯାତ୍ରାରେ ଯାଇଥିଲେ।ସେଠାରେ ଛାତ୍ର କଂଗ୍ରେସର କର୍ମୀମାନେ ବଳଙ୍ଗା ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି କହିଛନ୍ତି ଯେ ମୋହନ ସରକାର ବଳଙ୍ଗା ପୀଡ଼ିତାକୁ ନ୍ୟାୟ ନଦେବା ପାଇଁ ଚକ୍ରାନ୍ତ କରିଛନ୍ତି । ଘଟଣାକୁ ଚପାଇ ଦେବାପାଇଁ ମିଛ କାହାଣୀ ରଚନା କରାଯାଇଛି। ବାଲେଶ୍ଵର ଏଫଏମ ସଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାକୁ ଯେପରି ଚପେଇ ଦେବାପାଇଁ ସରକାର ସମସ୍ତ ଉଦ୍ୟମ କରୁଛନ୍ତି ସେହିଭଳି ବଳଙ୍ଗା ପୀଡ଼ିତାର ମୃତ୍ୟୁ ପଛରେ ଥିବା କାହାଣୀ ମଧ୍ୟ ଲୋକଲୋଚନକୁ ଆସିପାରିବ ନାହିଁ । ମୋହନ ସରକାରରେ ମହିଳା ଅତ୍ୟାଚାରିତ ଓ ଆତଙ୍କିତ ।
ସେହିଭଳି ଛାତ୍ର କଂଗ୍ରେସର ଉପସଭାପତି ସାଗର ପଟ୍ଟନାୟକ ଏବଂ ଛାତ୍ର କଂଗ୍ରେସ ନେତା ଦେବୀ ପ୍ରସାଦ ଜେନା (ବୁବୁ) ଏହି ଘଟଣାରେ ପ୍ରଭାତୀ ପରିଡ଼ା ମୁଖ୍ୟ ଖଳନାୟିକା ବୋଲି କହିଛନ୍ତି। ସେ ପୀଡ଼ିତାଙ୍କୁ ସାକ୍ଷାତ କରିବାପାଇଁ ଭୁବନେଶ୍ବର ଏମସ ଆସିପାରିଲେ ନାହିଁ ହେଲେ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ଷଡଯନ୍ତ୍ର କରି ତଦନ୍ତର ମୋଡ଼ ବଦଳାଇ ଦେଇଛନ୍ତି । ସତ କିପରି ଲୁଚିଯିବ ସେଥିପାଇଁ ପ୍ରଭାତୀ ପରିଡ଼ାଙ୍କ ରଚିତ ନାଟକକୁ ପ୍ରଶାସନ ବା ପୋଲିସ ଏବେ କହୁଛି। ସୁତରାଂ ବଳଙ୍ଗା ପୀଡ଼ିତାକୁ ମୋହନ ସରକାର ହତ୍ୟା କରିଛି। ମୋହନ ସରକାର ଏବଂ ବିଜେପି ଦଳ ନାରୀ ହତ୍ୟାକାରୀ । ଏହି ସରକାରରେ ନାରୀଙ୍କୁ ନ୍ୟାୟ ମିଳିବ ନାହିଁ । ଛାତ୍ର କଂଗ୍ରେସ ନାରୀଙ୍କୁ ନ୍ୟାୟ ଦେବାପାଇଁ ଆନ୍ଦୋଳନ କରିବ।ଏହି କାର୍ଯ୍ୟକ୍ରମରେ ରାଜେଶ ବେହେରା, ଏସକେ ଜିଆଉଦ୍ଦିନ, ଦେବାଶିଷ ମଙ୍ଗରାଜ, ସନାତନ ବେହେରା, ଟିଟୁ ରାଉତରାୟ, ଅନିଲ ପଣ୍ଡା, ସୁବ୍ରତ ସ୍ୱାଇଁ, ସ୍ପନ୍ଦନ ସ୍ବାଇଁ, ରାହୁଲ ରାଓ, ରାହୁଲ ମାଝୀ, ଆୟୁଶ ଖୁଣ୍ଟିଆ, ରାଜେଶ ମହାନ୍ତି, ନରେନ୍ଦ୍ର ସ୍ୱାଇଁ, ଅମ୍ଳାନ ମହାନ୍ତି ଓ ରବିନାରାୟଣ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now