ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଘଟଣା,ପୀଡିତାଙ୍କ ଘରେ ପହଞ୍ଚିଲା କଂଗ୍ରେସ

ଗତ ଦୁଇ ଦିନ ତଳେ ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ଅଂଚଳ ରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଟିଉସନ ସାରି ଫେରୁଥିବା ବେଳେ ଛାତ୍ରୀ ଙ୍କୁ ଦୁଷ୍କର୍ମ ହୋଇଥିଲା l ଦୁଷ୍କର୍ମକାରି ଉକ୍ତ ଗ୍ରାମର ପ୍ରଶାନ୍ତ ସାମଲ କୁ ସିମୁଳିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଉକ୍ତ ଘଟଣା କୁ ନେଇ ରାଜ୍ୟ ସରକାରଙ୍କର ଅପାରାଗତାକୁ ନେଇ ପିସିସି ସଭାପତି ଙ୍କ ନିର୍ଦେଶ କ୍ରମେ କମିଟି ର ସଂମ୍ପାଦକ ବନ୍ଦିତା ପରିଡା ଙ୍କ ନେତୃତ୍ୱ ରେ କଂଗ୍ରେସ ର 5 ଜଣିଆ ଫ୍ୟାକ୍ଟ ଫାଇଡିଙ୍ଗ ଟିମ ସଦସ୍ୟା ମାନେ ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ଅଂଚଳ ଙ୍କୁ ପରିଦର୍ଶନ କରିଛନ୍ତି l ଅନ୍ତରା ଅଂଚଳରେ ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଦୁଷ୍କର୍ମ ଘଟଣା ରେ ଘଟଣା ସ୍ଥଳ ଓ ପୀଡିତା ଙ୍କ ଘରେ ପହଁଚି ପରିବାର ଲୋକଙ୍କୁ ଆଶ୍ବସନା ଦେବା ସହିତ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଥିଲେ l ଏ ସରକାର ଙ୍କୁ ହତ୍ୟାକାରି ସରକାର କହିବା ସହ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ ଙ୍କୁ ତୀବ୍ରତର କରିବା ନେଇ ପ୍ରକାଶ କରିଥିଲେ l ଏଥିରେ ସିମୁଳିଆ ନିର୍ବାଚନ ମଣ୍ଡଳୀ ର ଯୁବ ନେତା ହିମାଂଶୁ ଶେଖର ବେହେରା ସମେତ କଂଗ୍ରେସ ନେତୃମଣ୍ଡଳୀ ମାନେ ଉପସ୍ଥିତ ଥିଲେ l 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *