ଗୋମଡ଼କ ଚିନ୍ତାରେ ଚାଷୀ

ଗୋମଡ଼କ ନେଇ ଚିନ୍ତାରେ ଗୋପାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଡମପଡା ଅଞ୍ଚଳ ବିଲିପଡ଼ା ପଂଚାୟତରେ। ଗତ କିଛିଦିନ ମଧ୍ୟରେ ଏକ ଅଜଣା ରୋଗରେ ପଚାଶରୁ ଅଧିକ ଗୋରୁଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଗୋପାଳକଙ୍କ କହିବା କଥା ପ୍ରଥମେ ଗୋରୁଙ୍କ ଆଖିର ଦୃଷ୍ଟି ଶକ୍ତି ହ୍ରାସ ପାଉଥିବା ବେଳେ ଅସୁସ୍ଥ ହୋଇ ଜୀବନ ହାରୁଛନ୍ତି। ଏପରିକି ଏହି ରୋଗ ଅନ୍ୟ ପଞ୍ଚାୟତ ତଥା ପାଖ ପଡୋଶୀ ଗ୍ରାମକୁ ବ୍ୟାପିଲାଣି ବୋଲି ଅଭିଯୋଗ କରିଛନ୍ତି ଗୋପାଳକ। ବାଙ୍କୀ ଉପଖଣ୍ଡ ପଶୁ ଚିକିତ୍ସାଳୟରେ ଅନେକ ସମୟରେ ଅଫିସରେ ଅଫିସର ରହୁନଥିବା ତଳିଆ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ପଠାଇଦେଇ କାର୍ଯ୍ୟ ସାରି ଦେଉଥିବା ଅଭିଯୋଗ ଆଣିଛନ୍ତି ଗୋପାଳକ। ବାଧ୍ୟ ହୋଇ ଗୋପାଳକ ଗୋରୁଙ୍କୁ ଗାଡ଼ିରେ ନେଇ କଟକ ଭୁବନେଶ୍ୱର ଆଦି ଜିଲ୍ଲା ପଶୁ ଅଧିକରୀଙ୍କ କାର୍ଯ୍ୟାଳୟକୁ ନେଇ ଗଲେ ମଧ୍ୟ ସେଠାରୁ ନିରାଶ ହେଇ ଫେରୁଛନ୍ତି। ସେପଟେ ଏହି ରୋଗକୁ କିପରି ରୋକା ଯାଇପାରିବ ସେନେଇ ଏକ ଉଚ୍ଚସ୍ତରୀୟ ଏକ ଡାକ୍ତରୀ ଟିମ ପଠାଇ ଚିକିତ୍ସା ଯୋଗାଇ ଦେବାକୁ ଦାବି ହୋଇଛି।

ଅନ୍ୟପଟେ ପଞ୍ଚାୟତରେ ଗୋମଡକ ହେଉଥିବା ନେଇ ଏହାକୁ ସ୍ୱୀକାର କରିଛନ୍ତି ବିଲିପଡା ସରପଞ୍ଚଙ୍କ ପ୍ରତିନିଧି ତ୍ରିନାଥ ପରିଡା।  ରାଜ୍ୟ ସରକାର ଗୋବଂଶର ସୁରକ୍ଷା କଥା କହୁଥିବା ବେଳେ, ଏବେ ଏକ ସ୍ୱତନ୍ତ୍ର ଅଭିଜ୍ଞତା ସମ୍ପନ୍ନ ଡାକ୍ତରୀ ଟିମ ପଂଚାୟତକୁ ପଠାଇବା ସହ ଉଚ୍ଚ ଚିକିତ୍ସା ପାଇଲେ ଅଜଣା ରୋଗରେ ମୃତ୍ୟୁବରଣ କରୁଛନ୍ତି ଗୋ ବଂଶ ରକ୍ଷା ପାଇଯିବେ। ସେପଟେ ଏନେଇ ବାଙ୍କୀ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟରେ ଅଧିକାରୀ ଶିଶିର କୁମାର ସାହୁ ନିଜ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ରାଜ୍ୟ ସରକାର ଓ ପଶୁ ସଂପଦ ବିଭାଗ ଗୋପାଳକଙ୍କ ଜୀବନ ଜୀବିକାକୁ ସ୍ୱାର୍ଥରେ ରଖି ଗୋବଂଶର ସୁରକ୍ଷାକୁ ନେଇ କି କି ଠୋସ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *