ମୁଖ୍ୟମନ୍ତ୍ରୀଙ୍କ ମନକି ବାତ

7 ନମ୍ବର ୱାର୍ଡ ଶିଶୁବିହାର ପାର୍କରେ ଆୟୋଜିତ ହୋଇଛି ପ୍ରଧାନମନ୍ତ୍ରୀଙ୍କ 125 ତମ ମନ କି ବାତ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଲୋକଙ୍କ ସହ ଶୁଣିଛନ୍ତି ମନ୍ କି ବାତ।ବିଧାୟକ ବାବୁ ସିଂ ଓ ଦଳର ଅନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସରିବା ପରେ ସ୍ଥାନୀୟ ଲୋକଙ୍କ ସହ ବାର୍ତ୍ତାଳାପ କରିଥିଲେ ମୁଖ୍ୟମନ୍ତ୍ରୀ । ଏକ ବର୍ଷ ପାଇଁ ଏହି ଅଞ୍ଚଳରେ ରହିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସହ ବିତାଇଥିବା କିଛି ଅନୁଭୂତି ବାଣ୍ଟିଲେ। ଏହା ସହ ଅଂଚଳର ବିଭିନ୍ନ ସମସ୍ୟା ସହ ସେ ଭଲ ଭାବେ ପରିଚିତ ଓ ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଲେ। ପ୍ରତି ମାସରେ ଏହି ଅଞ୍ଚଳରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଆଜି ପ୍ରଧାନମନ୍ତ୍ରୀ ଯେଉଁ ଦିଗ ଉପରେ ଆଲୋଚନା କଲେ ସେ ବିଷୟରେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବାଇଟ: ସ୍ଥାନୀୟ ବାସିନ୍ଦା

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *