ଜଗତସିଂହପୁର ଜିଲ୍ଲା ଏରସମା ଥାନା ଗଡ଼ହରିଶପୁର ନିକଟ ଶଙ୍ଖ ନଦୀ ବନ୍ଧରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ।ହତ୍ୟା ସନ୍ଦେହ କରାଯାଉଛି ।ମୃତକଙ୍କ ମୁହଁ ଓ ନାକରୁ ରକ୍ତ ବାହାରୁ ଥିବା ଦେଖାଯାଇଛି ।ମୃତକ ଯୁବକ ଜଣକ ହେଲେ ବାଲିକୁଦା ଥାନା ତିତିରା କୂଳସାହି ଗାଁର ଭାଗୁ ସୁତାରଙ୍କ ପୁଅ ସୂର୍ଯ୍ୟ ନାରାୟଣ ସୁତାର ।ଘଟଣା ସ୍ଥଳରେ ଏରସମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ରାତି ୩ ଟାରେ ସେ ଘରେ ରହିଥିଲେ ।ଘରେ ତାଙ୍କର ମୋବାଇଲ ଥିବା ବେଳେ ସେ ଏଠାକୁ କିପରି ଆସିଲେ ।ତାଙ୍କୁ କେହି ଡାକି ହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି ।ଘଟଣା ସ୍ଥଳରେ ଏରସମା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now