ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଭେଜିଡ଼ିହ ଗାଁରେ ଅଘଟଣ l ବିଦ୍ୟୁତ ଆଘାତରେ ୭ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି l ମୃତ ଶିଶୁ କନ୍ୟା ଜଣଙ୍କ ହେଲେ ପ୍ରଦୀପ ନାଏକଙ୍କ ଝିଅ ସାଲେନି ନାଏକ l ସୂଚନା ଯେ ଭେଜିଡ଼ିହ ଗାଁର ପ୍ରଦୀପ ନାଏକଙ୍କ ୭ବର୍ଷର ଶିଶୁ କନ୍ୟା ସାଲୋନୀ ନାଏକ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପଡି଼ଶା ଘରର ଦୁଃଖୀ ନାଏକ ପୋଟଳ ଚାଷ କରିଵା ପାଇଁ ହୁକ ପକାଇ ନେଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ l ଏନେଇ ସ୍ଥାନୀୟ ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଵା ପରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ଖବର ପାଇ ବାଗଡିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଚଳାଇଛି l
Naxatra News is now on Whatsapp
Join and get latest news update delivered to you via whatsapp
Join Now