ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ଡୁପୁଲୁପାଡୁ ଗାଁରେ ସାପ କାମୁଡ଼ାରେ ୧୬ବର୍ଷର ଯୁବକର ମୃତ୍ୟୁ। ମୃତ ଯୁବକ ହେଲେ ବିରେନ୍ଦ୍ର ଶବର। ଗତକାଲି ରାତ୍ର ପରିବାର ସହ ଘରେ ଶୋଇଥିବା ସମୟରେ ଯୁବକକୁ ଏକ ବିଷଧର ସାପ ଦଂଶନ କରିଥିଲା। ସଙ୍ଗେ ସଙ୍ଗେ ଯୁବକ ଜଣକ ପରିବାର ବର୍ଗଙ୍କୁ କହିବା ପରେ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଯୁବକ ଗୁରୁତର ଥିବାରୁ ଗୁଣପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଯୁବକର ମୃତ୍ୟୁ ଘଟିଛି।ଗୁଡ଼ାରୀ ପୋଲିସ ଘଟଣାର ତଦନ୍ତ କରୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now