ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚାଲିଛି କଳାକାର ଚୟନ

ବରଗଡ ଧନୁଯାତ୍ରା ଯେତିକି ପାଖେଇ ଆସୁଛି, ସେତିକି ଉତ୍ସାହ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ବରଗଡ ଧନୁଯାତ୍ରା ୭୭ ତମ ବର୍ଷରେ ପଦାର୍ପଣ କରିଛି। ଏହାକୁ ନେଇ ଗତ ୧ ତାରିଖ ମଥୁରା ପାଇଁ କଂସ ଚୟନ ସରିଥିବା ବେଳେ ଏବେ ଗୋପପୁର କମିଟି ନୂତନ ଭାବେ କୃଷ୍ଣ, ବଳରାମ, ରାଧା ଓ ମଧୂମଙ୍ଗଲ ପାଇଁ କଳାକାର ଚୟନ କରାଯାଇଛି । ଚଳିତ ବର୍ଷ ଯାତ୍ରା ପାଇଁ କୃଷ୍ଣ ଭୂମିକାରେ  ସ୍ଵପ୍ନିଲ ମହାପାତ୍ର,ବଳରାମ ଭୂମିକାରେ ଦିବ୍ୟାଂଶୁ ବିର୍ତ୍ତିଆ, ରାଧା ଭୂମିକାରେ ସାଇନା ପ୍ରଧାନ ଓ ମଧୂମଙ୍ଗଲ ଭୂମିକାରେ ପଞ୍ଚାନନ ବିର୍ତ୍ତିଆଙ୍କୁ କମିଟି ମନୋନୀତ କରିଛି । ଯାହାକୁ ନେଇ ଏହି କଳାକାରଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।ଆସନ୍ତା ୧୧ ତାରିଖ ସନ୍ଧ୍ୟାରେ ଶୁଭ ସ୍ତମ୍ଭ ସ୍ଥାପନ ନେଇ ଗୋପପୁର କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

 ଧନୁଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମ୍ବାପଲି ଗାଁରେ କୃଷ୍ଣଲୀଳାର ସମସ୍ତ ଦୃଶ୍ୟ ଅଭିନୀତ ହେଉଥିବାରୁ, ପୁରାଣ ବର୍ଣ୍ଣିତ ଗୋପପୁର ପରି ଅମ୍ବାପଲିର ଆବାଳ ବୃଦ୍ଧ ବନିତା କୃଷ୍ଣ ପ୍ରେମରେ ମଜ୍ଜି ଯାଇଥାନ୍ତି ଏବଂ ଧନୁଯାତ୍ରା ସମୟରେ ସମସ୍ତେ ଜଣେ ଜଣେ କଳାକାର ପାଲଟି ଯାଇଥାନ୍ତି । ତେଣୁ ସମସ୍ତଙ୍କ ମଧ୍ୟରେ କଳା ଭରି ରହିଥିବା ବେଳେ ସମସ୍ତେ ଚଳିତ ବର୍ଷ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇ ଲାଗି ପଡ଼ିଛନ୍ତି। ତେଣୁ ଏଥର କଳାକାରଙ୍କ ଅଙ୍ଗ ଭଙ୍ଗୀ ଓ ଅଭିନୟ ଦକ୍ଷତା ଦେଖି ନୂତନ କଳାକାର ଚୟନ କରାଯାଇଥିବା ଗୋପପୁର କମିଟି କହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *