ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାରେ ଅଭିନୟ ପାଇଁ ଚାଲିଛି କଳାକାରଙ୍କ ଅଭ୍ୟାସ । ଆଖଡ଼ାଶାଳ ସାଜିଥିବା ବରଗଡ଼ କଲ୍ୟାଣ ମଣ୍ଡପ ଠାରେ ଏହି ଅଭ୍ୟାସ ଚାଲିଛି । କଂସ, ମହାମନ୍ତ୍ରୀ, ସେନାପତି, ଆଦି ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା କଳାକାର ମାନେ ନିଜ ନିଜ ଚରିତ୍ରକୁ ଅଧିକ ଜୀବନ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ସେହିପରି କୃଷ୍ଣ -ବଳରାମ ଭୂମିକାରେ ଅଭିନୟ କରୁଥିବା କୁନି କଳାକାର ମଧ୍ୟ ଏଠାକୁ ଆସି ଅଭ୍ୟାସରେ ସାମିଲ ହୋଇଛନ୍ତି । ଧନୁଯାତ୍ରା ମହାନାଟକକୁ ଅଧିକ ଆକର୍ଷଣୀୟ ତଥା ଜୀବନ୍ତ କରିବା ପାଇଁ ସମସ୍ତ କଳାକାର ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି ।
ଚଳିତବର୍ଷ ଧନୁଯାତ୍ରା ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇ୧୩ ତାରିଖରେ ଶେଷ ହେବ । ଯାତ୍ରାକୁ ଖୁବ କମ ଦିନ ଥିବାରୁ କଳାକାର ମାନେ ନିଜ ଅଭ୍ୟାସକୁ ଜୋରଦାର କରିଛନ୍ତି । ଅମ୍ବାପାଲି ଗ୍ରାମ ଗୋପପୁର ସାଜି ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଲୀଲାଖେଳାର ବିଭିନ୍ନ ଦୃଶ୍ୟ ଏଠାରେ ଅଭିନୀତ ହେବା କୁ ଥିବାବେଳ ମଥୁରା ନଗରୀ ସାଜୁଥିବା ବରଗଡ଼ ସହରରେ ମହାରାଜ କଂସଙ୍କ ଶାସନ ଚାଲିବ
ଧନୁଯାତ୍ରା ଯେତିକି ପାଖେଇ ଆସୁଛି ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ସେତିକି ବଢି ବଢି ଚାଲିଛି । ଯାହାକୁ ନେଇ କଳାକାର ମଧ୍ୟ ଅପେକ୍ଷା କରି ରହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now