ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ ଗିରଫ

ବାଲେଶ୍ୱର ଜିଲାର ଫକୀର ମୋହନ (ଏଫଏମ) ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ଚାଞ୍ଚଲ୍ୟ ଜାରି ରହିଥିବା ବେଳେ ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷଙ୍କୁ ସହଦେବଖୁଣ୍ଟା ପୋଲିସ ଗିରଫ କରିଛି। ଏହା ପୂର୍ବରୁ ଶିକ୍ଷା ବିଭାଗର ମୁଖ୍ୟ (ଏଚଓଡି) ସମୀର କୁମାର ସାହୁଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା।ଏହି ଘଟଣାରେ ଛାତ୍ରୀଙ୍କ ପରିବାର ଓ ଛାତ୍ରସଙ୍ଘ ପକ୍ଷରୁ ଦିଲୀପ ଘୋଷଙ୍କ ଗିରଫ ଦାବି ଉଠିଥିଲା।

ଜଣେ ୨୦ ବର୍ଷୀୟ ବି.ଏଡ ଛାତ୍ରୀ ଶନିବାର କଲେଜ ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଚେଷ୍ଟା କରିଥିଲେ। ଏହି ଘଟଣାରେ ତାଙ୍କ ଶରୀରର ୯୫% ଜଳିଯାଇଥିବା ଜଣାପଡ଼ିଛି। ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ସ୍ଥାନାନ୍ତରିତ କରାଯାଇଥିଲା। ଏମ୍ସ ଭୁବନେଶ୍ୱରର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଦିଲୀପ ପରିଡାଙ୍କ ଅନୁଯାୟୀ, ଛାତ୍ରୀଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି ଏବଂ ଆଗାମୀ ୭୨ ଘଣ୍ଟା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *