ନବରଙ୍ଗପୁର ଜିଲ୍ଲାରେ ଅଭାବନୀୟ ଘଟଣା । ନିର୍ମାଣଧୀନ ପାଇଖାନା ଟାଙ୍କି ରୁ ଖସି ୪ ଜଣ ଙ୍କ ମୃତ୍ୟୁ ଘଟିଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମର ନିର୍ମାଣଧୀନ ପାଇଖାନା ରେ କାମ କରୁଥିବା ବେଳେ ଫଲସ ଖସି ଯାଇ ଦୁଇ ଗୁରୁତର ହୋଇଯାଇଥିଲେ । ସେଠାରେ କାମ କରୁଥିବା ଅନ୍ୟ ଦୁଇ ଜଣ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସମୟରେ ସେମାନେ ମଧ୍ୟ ପଡିଯାଇଥିଲା । ଘଟଣା ସମ୍ୱନ୍ଧରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ବାହିନୀ ସହ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ପହଁଚି ସମସ୍ତ ଙ୍କୁ ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ତେବେ ସେଥିମଧ୍ୟରୁ ପ୍ରଥମେ ତିନି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁ ରେ ଭର୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ର ବି ମୃତ୍ୟୁ ଘଟିଥିଲା । ମୃତକ ମାନେ ହେଲେ ଏମ.ସନ୍ତୁ -(28)ବର୍ଷ, ଅମିର ଖୁରା -30 ବର୍ଷ, ତ୍ରିଲୋଚନ ଭତରା- 25 ବର୍ଷ, ଲାଲୁ ରଣା କାମରା- 26 ବର୍ଷ । ସମସ୍ତଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now