ରାଜନଗର ଗହୀରମଥାରେ ମାଛ ମାଫିଆଙ୍କ ଆତଙ୍କରାଜ ।ସାମୁଦ୍ରିକ ଅଭୟାରଣ୍ୟରେ ପଶିଲେ । ମାଛ ମାରିଲେ,ବନ ବିଭାଗ ଅଟକାଇବାରୁ ଗୁଳି ଚଳାଇଲେ । ସମୁଦ୍ର ଭିତରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଚନ୍ତି ମାଛ ମାଫିଆ । ବେଆଇନ ଭାବେ ମାଛ ମାରୁଥିବା ସମୟରେ ୩ଟି ଟ୍ରଲର ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଥିଲା ବନ ବିଭାଗ । ଏହି ସମୟରେ ୬ଟି ଟ୍ରଲରରେ ମାଛ ମାଫିଆମାନେ ଆସିବା ସହ ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଅଟକ ଥିବା ମତ୍ସ୍ୟଜୀବୀଙ୍କ ସହ ଜବତ ମାଛକୁ ମଧ୍ୟ ଛଡ଼ାଇ ନେଇଛନ୍ତି । ଏହି ଘଟଣା ଏବେ ଗହୀରମଥାରେ ଚାଲିଥିବା ମାଛ ମାଫିଆଙ୍କ ଦୌରାତ୍ମ୍ୟକୁ ପଦାରେ ପକାଇଛି । ସାମୁଦ୍ରିକ ଅଭୟାରଣ୍ୟ ଏବେ ଅସୁରଖିତ ହୋଇପଡ଼ିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now