ମାଘରେ ନିଦାଘ: ଡରାଇଲାଣି ଜଳବାୟୁ ପରିବର୍ତ୍ତନ

ମାଘରେ ବାଘ ଭଳି ଜାଡ଼ ବଦଳରେ ନିଦାଘ । ମାତ୍ର କେଇଟା ଦିନରେ ପାଣିପାଗରେ ଅସମ୍ଭବ ପରିବର୍ତ୍ତନ । ଶୀତ ବସ୍ତ୍ର କେଉଁ ଦିନରୁ ରଖି ସାରିଲେଣି ଲୋକ । ଫେବୃଆରୀ ମାସ ହେଉ ହେଉ ୩୫/୩୬ ଡିଗ୍ରୀ ସେଲସିୟସ ଅତିକ୍ରମ କଲାଣି ସର୍ବୋଚ୍ଚ ତାପମାତ୍ରା । ଲାଗୁଛି ଯେମିତି ବସନ୍ତ ଆସିବନି ସିଧା ବୈଶାଖର ତାତି ଦେଖିବ ମଣିଷ । କିଛି ନହେଲେ ଫେବୃଆରୀ ୨ୟ ସପ୍ତାହ ଯାଏଁ ଶୀତ ରୁହେ । କିନ୍ତୁ ଏଥର ସେଭଳି କିଛି ହୋଇନାହିଁ । ଦକ୍ଷିଣ ପଶ୍ଚିମ ପଟରୁ ଆସୁଥିବା ପବନ ଆଭ୍ୟନ୍ତରୀଣ ଓଡ଼ିଶାକୁ ଖରା ଦିନିଆ ପାଗ କରିଛି । ଅନ୍ୟପଟେ ଉତ୍ତର-ପଶ୍ଚିମ ପଟରୁ ମଧ୍ୟ ଥଣ୍ଡା ପବନ ଆସିବାରେ ବାଧକ ରହିଛି । ତେବେ ପାଣିପାଗ ବିଶେଷଜ୍ଞ ଏହାକୁ ସାମୟିକ ସ୍ଥିତି ବୋଲି କହୁଛନ୍ତି । ୬ ତାରିଖ ଆଡକୁ ତାପମାତ୍ରା କମିବ। ଶୀତ ଋତୁ ଯିବା ଓ ବସନ୍ତ ଋତୁ ଆସିବାର ଏହି ସମୟରେ ବେଳେ ବେଳେ ଏଭଳି ସ୍ଥିତି ଉପୁଜିଥାଏ। କିନ୍ତୁ ସ୍ୱାଭାବିକ ଭାବେ ତୃତୀୟ ସପ୍ତାହ ଆଡକୁ ଗ୍ରୀଷ୍ମ ଅନୁଭୁତ ହେବ। ତେବେ ଶୀତ ଦିନ ଭଳି ଆଉ ଲାଗୁ ନଥିଲେ ମଧ୍ୟ ପ୍ରବଳ କୁହୁଡ଼ି ବାତାବରଣକୁ କୋହଲା କରୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ଏହା ମାସ ଶେଷ ଯାଏଁ ବଳବତ୍ତର ରହିପାରେ । ତେବେ ଜଳବାୟୁ ପରିବର୍ତ୍ତନକୁ ନେଇ ଯେଉଁ ଆଶଙ୍କା ଥିଲା ତାକୁ ଆଜି ଆମେ ଅନୁଭବ କରୁଛୁ ଏକଥା ଏବର୍ଷର ପାଣିପାଗ ସୂଚାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *