ଗତ ଦୁଇ ଦିନ ହେବ ରାଜ୍ୟରେ ଲାଗି ରହିଛି ଅଦିନିଆ ବର୍ଷା । ଆଜି ୯ ଜିଲ୍ଲାରେ ବର୍ଷା ପବନ ହେବାରେ ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ କରାଯାଇଛି । କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡାକୁ ଅରେଞ୍ଜ ଆଲର୍ଟ ଜାରୀ କରାଯାଇଛି । ସେହିପରି ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡାକୁ ଆଲର୍ଟ ।୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ । ୨୪ ଘଣ୍ଟା ପାଇଁ ସତର୍କ ସୂଚନା । ୫୦ ରୁ ୬୦ କି.ମି ବେଗରେ ପବନ ହେବାର ସମ୍ଭାବନା ରହିଛି । ୨୪ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷାରେ ପ୍ରଭାବ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now