ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ।ସରକାର ଆଜିର ଦିନରେ ଠିକ୍ ୬ ମାସ ପୂରଣ କରିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେବାର ସୌଭାଗ୍ୟ ମିଳିଛି ବୋଲି ସେ କହିଛନ୍ତି ।ଓଡ଼ିଶା ବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁଙ୍କ ପାଖରେ ଭାରତର ମଙ୍ଗଳ କାମନା କରିଛନ୍ତି ।ବାଲାଂଦେଶ ରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଭାରତରେ ହିଁ କେବଳ ଅଳ୍ପସଂଖ୍ୟକ ଅର୍ଥାତ୍ ମାଇନୋରିଟିଙ୍କୁ ସୁରକ୍ଷା ଦିଆଯାଏ ।ପାକିସ୍ତାନ ବାଙ୍ଗଲାଦେଶ ବା ଅନ୍ୟ କୌଣସି ଦେଶ ସେମାନଙ୍କ ଚିନ୍ତା କରନ୍ତି ନାହିଁ ।ପ୍ରଧାନମନ୍ତ୍ରୀ ନିଶ୍ଚିତ ଏହାର ଖୁବ୍ ଶୀଘ୍ର କୁଟ ନୈତିକ ସମାଧାନ ବାହାର କରିବା ସହ ସବୁ ବାଂଲାଦେଶୀ ହିନ୍ଦୁ ଙ୍କ ସହ ଆମେ ଛିଡା ହୋଇଛୁ ବୋଲି କହିଛନ୍ତି। ବାଙ୍ଗଲାଦେଶ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଓ ବିରୋଧୀ ଚୁପ୍ ରହିଛନ୍ତି ।ଏମାନେ ଭାରତରେ ଅସ୍ଥିରତା ଆଣିବା ସହ ହିନ୍ଦୁଙ୍କ ସପକ୍ଷରେ କେବେ ବି ନାହାନ୍ତି ବୋଲି ଟାର୍ଗେଟ କରିଛନ୍ତି ।ୱାନ ନେଶନ ୱାନ ଇଲେକ୍ସନ କୁ ମଧ୍ୟ ସମ୍ପୁର୍ଣ୍ଣ ସମର୍ଥନ ରହିଛି ବୋଲି ସେ କହିଛନ୍ତି ।
ଅନ୍ୟପଟରେ କୋବିନ୍ଦ୍ ଜି ଙ୍କ ରିପୋର୍ଟ କୁ ସ୍ଵୀକୃତି ମିଳିଲେ ୨୦୨୬ ରେ ଆସାମ ନିର୍ବାଚନ ହେଲେ ମଧ୍ୟ ପୁଣିଥରେ ୨୦୨୯ ରେ ହେବ ।ମହାପ୍ରଭୁ ଙ୍କ କ୍ଷେତ୍ରରେ ଇଏ ବୈକୁଣ୍ଠ ପୁରୀ ,ଏହା ମୂଳପୀଠ ହୋଇ ରହିବ ।ଦୀଘା ବା ଆସମ୍ ରେ ମନ୍ଦିର ହେଲେ ମଧ୍ୟ ଏହାର ସ୍ୱତନ୍ତ୍ରତା ରହିବ ।ସେପଟେ ଅନୁପ୍ରବେଶକାରୀ ଙ୍କୁ ଧରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।ବେଙ୍ଗଲ ରେ ଅନୁପ୍ରବେଶ ରୋକା ଯାଉନଥିବାରୁ ହିଁ ଭାରତରେ ଅନୁପ୍ରବେଶକାରୀ ବିସ୍ତାର ହେଉଛି।ଆସାମ ରେ ଯେଉଁଭଳି ବିନା NRC ରେ ଆଧାର ଦିଆଯିବ ନାହିଁ ବୋଲି ନିୟମ କରାଯାଇଛି ।ସେମିତି ହେଲେ ଅନୁପ୍ରବେଶକାରୀ ଧରା ପଡ଼ିବେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।କିନ୍ତୁ ବେଙ୍ଗଲ ସହଯୋଗ ନକଲେ ଭାରତରେ ଅନୁପ୍ରବେଶ ବଢିଚାଲିବ ବୋଲି ସେ କହିଛନ୍ତି । ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ କରି ସିଂହ ଦ୍ଵାର ନିକଟରେ ପ୍ରତିକ୍ରିୟା ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଶ୍ରୀ ମନ୍ଦିର ହେଉଛି ବୈକୁଣ୍ଠ ଧାମ । ମହାପ୍ରଭୁ ଙ୍କୁ ଦର୍ଶନ କରି ବେଶ ଖୁସି ଲାଗିଵା ସହ ଦେଶ ଓ ବିଶ୍ୱ ବାସି ଙ୍କ ଲାଗି ମହାପ୍ରଭୁ ଙ୍କ ନିକଟରେ ପ୍ରର୍ଥନା କଲି । ଦିଘା ର ଜଗନ୍ନାଥ ମନ୍ଦିର କୁ ନେଇ ପ୍ରତିକ୍ରିୟା ରଖିଲେ ଆସାମ ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ର ର ଶ୍ରୀ ମନ୍ଦିର ମୁଖ୍ୟ ପୀଠ । ମହାପ୍ରଭୁ ସ୍ୱୟଂ ବିରାଜିତ ଏଥି । ଏହି ପୀଠ ସହ କାହାକୁ ତୁଳନା କରାଯାଇପାରିବନି । ଆଜି ଆସାମ ସରକାର ଗଠନ ର ୬ ମାସ ପୁରିଛି l ଓଡ଼ିଶା ରେ ବିଜେଡି ଇତିହାସ ହୋଇଯାଇଛି ବିଜେପି ସରକାର ଓଡିଶା ରେ ଭଲ କାମ କରୁଛି l ଆଗାମୀ ପଚାଶ ବର୍ଷ ପର୍ଯ୍ୟନ୍ତ ବିଜେପି ଓଡିଶାରେ ସରକାର କରିବ । ବାଙ୍ଗଲାଦେଶ ରେ ହିନ୍ଦୁ ଆକ୍ରମଣ କୁ ନିନ୍ଦା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ l ସେମାନଙ୍କ ସୁରକ୍ଷା ଲାଗି ପ୍ରଧାନମନ୍ତ୍ରୀ ନେବେ ପଦକ୍ଷେପ l ବାଙ୍ଗଲାଦେଶ ରେ ହିନ୍ଦୁ ଙ୍କୁ ଆକ୍ରମଣ ଖୁବ ଶୀଘ୍ର ରୋକା ଯିବା ନିହାତି ଆବଶ୍ୟକ l
Naxatra News is now on Whatsapp
Join and get latest news update delivered to you via whatsapp
Join Now