ହୀରାକୁଦରେ ଖୋଲାଲା ୮ଟି ଗେଟ୍‌

ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖ ଦିନ ଉପରମୁଣ୍ଡରେ ପୁଣି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ଶନିବାର ଦୁଇଟି ପର୍ଯ୍ୟାୟରେ ୮ଟି ଗେଟ୍‌ ଖୋଲାଯାଇଛି। ସେଥିରୁ ବାମ ପାର୍ଶ୍ବରେ ୫ଟି ଗେଟ୍ ଓ ଡାହାଣ ପାର୍ଶ୍ବର ୩ଟି ଗେଟ୍‌ ଖୋଲାଯାଇଛି। ଆଜି ପୂର୍ବାହ୍ଣରେ ୪ଟି ଗେଟ୍‌ ଖୋଲାଯାଇଥିଲା। ଅପରାହ୍‌ଣରେ ଆଉ ୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। 

ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୨୧ ଫୁଟ ଥିଲା। ଏହି ସମୟରେ ଜଳଭଣ୍ଡାରକୁ ୨,୧୩,୧୩୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା ବେଳେ ୧,୬୧,୬୯୪ କ୍ୟୁସେକ୍ ଜଳ ଜଳଭଣ୍ଡାରରୁ ନିଷ୍କାସିତ ହେଉଥିଲା। ସେଥିରୁ ୧,୨୬,୧୨୦ କ୍ୟୁସେକ୍ ଜଳ ସ୍ପିଲ୍‌ୱେ ଏବଂ ୩୨,୩୨୧ କ୍ୟୁସେକ୍ ଜଳ ପାୱାର ଚାନେଲ ଦେଇ ମହାନଦୀରେ ନିଷ୍କାସିତ ହେଉଛି। ଶିଳ୍ପାନୁଷ୍ଠାନଗୁଡ଼ିକ ୨୧୪ କ୍ୟୁସେକ୍ ପାଣି ଟାଣୁଥିଲେ। ଜଳସେଚନ ପାଇଁ ବରଗଡ଼ ମୁଖ୍ୟ କେନାଲରେ ୨୬୯୩ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲରେ ୩୦୦ କ୍ୟୁସେକ୍ ଓ ସମ୍ବଲପୁର ଶାଖା କେନାଲରେ ୪୬ କ୍ୟୁସେକ୍ ପାଣି ଛଡ଼ାଯାଇଥିଲା। ହୀରାକୁଦ ଉପରମୁଣ୍ଡରେ ୨୧.୬୩ ମିମି ଓ ତଳମୁଣ୍ଡ‌ରେ ୨୭.୬୮ ମିମି ବର୍ଷା ରେକର୍ଡ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *