ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକ କେରଜୋଳି ପଞ୍ଚାୟତର କେନ୍ଦୁମୁଣ୍ଡା ଗାଁରେ ଘଟିଛି ଅଭାବନୀୟ ଘଟଣା। ଲଗାଣ ବର୍ଷାରେ ଘରେ ଶୋଇଥିବା ବେଳେ ଭୁଶୁଡି ଗଲା ଘର। ଅଳ୍ପକେ ବର୍ତ୍ତିଲେ ଦୁଇଟି ପରିବାରର ୮ ପ୍ରାଣୀ କୁଟୁମ୍ବ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ମାଟି ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କେନ୍ଦୁମୁଣ୍ଡା ଗାଁର ଜଗନ୍ନାଥ ମହାନ୍ତ ଓ ଗୋଲାପ ମହାନ୍ତଙ୍କ ଘର ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ତେବେ ଏଥିରେ ପରିବାରର ସମସ୍ତ ସଦସ୍ୟ ମାନେ ସୁରକ୍ଷିତ ରହିଛନ୍ତି। ଯଦିଓ ଘର ଭିତରେ ସେମାନେ ଚାପି ହୋଇ ରହିଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନେ ଉଦ୍ଧାର ହୋଇଛନ୍ତି। ସେପଟେ ଜଗନ୍ନାଥ ମହାନ୍ତଙ୍କ ୭ଗୋଟି କୁକୁଡ଼ା ଘର ଭୁଶୁଡି ଯିବା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ତେବେ ସ୍ଥାନୀୟ ସରପଞ୍ଚ କିମ୍ବା କୌଣସି ଅଧିକାରୀଙ୍କର ଦେଖା ମିଳିନଥିଲା। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦୁଇ ବିପନ୍ନ ପରିବାର। ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now