ଲାଲୁଙ୍କୁ ‘ସୁପ୍ରିମ’ ଝଟକା

ଲାଲୁ ପ୍ରସାଦ ଯାଦବଙ୍କ ବଢିଲା ଅଡ଼ୁଆ। ଜମି ବଦଳରେ ଚାକିରି ଦେବା ମାମଲାରେ ଲାଲୁଙ୍କୁ ସୁପ୍ରିମ କୋର୍ଟର ଝଟକା । ଟ୍ରାଏଲ୍ ଉପରେ ରୋକ୍ ଲଗାଇବାକୁ ମନା କଲେ ଶୀର୍ଷ ଅଦାଲତ। ଦିଲ୍ଲୀ ହାଇକୋର୍ଟଙ୍କୁ ଶୀଘ୍ର ଶୁଣାଣି କରିବାକୁ ନିର୍ଦ୍ଦେଶ। ତେବେ ଟ୍ରାଏଲ କୋର୍ଟରେ ବ୍ୟକ୍ତିଗତ ହାଜର ହେବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।ବିଚାରପତି ଏମଏମ ସୁନ୍ଦରେଶ ଏବଂ ଜଷ୍ଟିସ୍ କୋଟେଶ୍ଵର ସିଂହଙ୍କ ଖଣ୍ଡପୀଠ ଏହି ଯାଚିକାରେ ଶୁଣାଣି କରିଛନ୍ତି।ଲାଲୁ ସିବିଆଇର ଏଫଆଇଆର ଏବଂ ୨୦୨୨, ୨୦୨୩, ୨୦୨୪ରେ ରୁଜୁ ହୋଇଥିବା ୩ଟି ମାମଲାକୁ ରଦ୍ଦ କରିବାକୁ ଯାଚିକା ଦାଖଲ କରିଥିଲେ। ଏହି ମାମଲାରେ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମେ’ ୨୯ରେ ଟ୍ରାଏଲ୍ ଉପରେ ରୋକ୍ ଲଗାଇବାକୁ ମନା କରିଥିଲେ। ଟ୍ରାଏଲ୍ ରୋକିବାକୁ କୌଣସି ଠୋସ୍ କାରଣ ନାହିଁ ବୋଲି କହିଥିଲେ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୨ରେ ହେବ ବୋଲି କହିଥିଲେ।

ପ୍ରକାଶ ଥାଉକି, ୨୦୦୪ ରୁ ୨୦୦୯ ଯାଏଁ ରେଳ ମନ୍ତ୍ରୀ ଥିବା ଲାଲୁ ପ୍ରସାଦ ଯାଦବଙ୍କ କାର୍ଯ୍ୟକାଳ ସହ ଏହି ମାମଲା ଜଡ଼ିତ। ଏହି ସମୟରେ ମଧ୍ୟପ୍ରଦେଶ ଜବଲପୁର ସ୍ଥିତ ରେଲୱେର ୱେଷ୍ଟ-କଣ୍ଟ୍ରୋଲ ଜୋନରେ ଗ୍ରୁପ୍-ଡି’ ନିଯୁକ୍ତିରେ ଭ୍ରଷ୍ଟାଚାର ହୋଇଥିବା ନେଇ ଲାଲୁଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଲାଲୁଙ୍କ ପରିବାର ଏବଂ ତାଙ୍କ ସହଯୋଗୀଙ୍କ ନାଁରେ ଜମି ରେଜିଷ୍ଟର କରିବା ବଦଳରେ ଚାକିରି ଦିଆଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *