ମୟୁରଭଞ୍ଜ ଜିଲ୍ଲାରେ ଥମିବାର ନାମ ନେଉନି ଅପରାଧିକ ମାମଲା , ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ବୁତଙ୍କ ମନରେ ସାହସ । ଗୋଟିଏ ପଟେ ଚୋର ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା ବେଳେ , ପୋଲିସ ର ନାକେ ଦମ କରୁଛନ୍ତି ବନ୍ଧୁକ ଧାରୀ ଗ୍ୟାଙ୍ଗ । ସେ ଦିନ ହେଉ ଅବା ରାତି ଭୟର ଟିକେ ସୁଦ୍ଧା ଗନ୍ଧ ନାହିଁ ଦୁର୍ବୁତଙ୍କ ମନେ, ଅନ୍ୟପକ୍ଷରେ ଭୟରେ ସିଝୁଛନ୍ତି ଜିଲ୍ଲା ବାସୀ । କେତେବେଳେ ଗୁଳି ମାଡ଼ କେତେବେଳେ ଛୁରା ମାଡ଼ ପ୍ରତ୍ୟକ ଦିନ ଘଟିଚାଲିଛି ଏ ଭଳି ଅଘଟଣ । ତେବେ ସେହିଭଳି ଆଜି ଦିନ ଦ୍ବିପ୍ରହରରେ ମୋରଡା ଥାନା ଅଧିନ ଡୁଙ୍ଗୁରିସାହି ଗ୍ରାମରେ 4 ଜଣ ଦୁର୍ବୁତ୍ତ ଚାଷ କାମରେ ଘର ଲୋକେ ବିଲରେ ଥିବାର ସୁଯୋଗ ନେଇ ଘର ତାଲା ଭାଙ୍ଗି ପଶି ହାରାହାରି ନଗଦ 20 ହଜାର ଟଙ୍କା ସାଙ୍ଗକୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ କରି ଘରୁ ବାହାରିବା ସମୟରେ ଘର ମାଲିକ ସମାୟ ମାରାଣ୍ଡି ଘରେ ପହଞ୍ଚି ଯିବାରୁ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରି 2 ଟି କଳା KTM ବାଇକ ଯୋଗେ କେନାଲ ରାସ୍ତାରେ ଦ୍ରୁତ ଗତିରେ ପଳାଇଯାଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଘର ମାଲିକ ସମାୟ ମାରାଣ୍ଡି , ଅନ୍ୟପଟେ ଏ ଘଟଣା ପରେ ଏକା ଘରେ ରହିବାକୁ ଭୟ କରୁଥିବା ନେଇ କହିଛନ୍ତି ସମାୟଙ୍କ ସ୍ତ୍ରୀ ଲଳିତା ମାରାଣ୍ଡି । ତେବେ ମୋରଡା ଥାନା ଇଲାକାରେ ଗତ ଦୁଇଦିନ ତଳେ ଭାଲୁଘେରା ଗ୍ରାମରେ ଘରେ ପଶି ନଗଦ 2 ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ସୂଚନା ଥିବାବେଳେ ଦବଙ୍ଗ ଅଫିସର ଆଇଆଇସି ସୁମିତ କୁମାର ସରେନଙ୍କୁ ଅପରାଧୀ ମାନେ ଖୋଲମ ଖୋଲା ଚ୍ୟାଲେଞ୍ଜ ଦେଉଥିବା ଦେଖିବାକୁ ମିଳିଛି । ଆଗକୁ ଦେଖିବାକୁ ବାକି ରହିଲା ମୟୁରଭଞ୍ଜ ପୋଲିସ କି ଭଳି ଏ ପରି ଗ୍ୟାଙ୍ଗ କୁ ଡିଲ କରୁଛି ତା ଉପରେ ନଜର ରଖିଛନ୍ତି ଅଞ୍ଚଳବାସୀ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now