ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ମଙ୍ଗଳବାର ଠାରୁ ମାଁଙ୍କ ଷୋଡଶ ପୂଜା ଆରମ୍ଭ ହୋଇଯାଇଛି। ମାଁ ସମଲେଶ୍ୱରୀ ପୀଠରେ ଦଶହରା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ମାଁଙ୍କୁ ୧୬ଟି ଜ୍ୟୋତି ରୂପେ ଷୋଡଶ ପୂଜା କରାଯିବ। ଏହାସହ ମାଁଙ୍କ ପୀଠରେ ଷୋଡଶ ଦିବସୀୟ ପୂଜାରମ୍ଭ ହୋଇଛି। ଏଥିସହ ମାଁଙ୍କ ପୀଠରେ ଶାରଦୀୟ ଦଶହରା ପୂଜା ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ମାଁ ସମଲେଶ୍ୱରୀ ପୀଠରେ ହେବାକୁ ଥିବା ବିଭିନ୍ନ ଧାର୍ମିକ ଅନୁଷ୍ଠାନର କାର୍ଯ୍ୟସୂଚୀ ଅନୁଯାୟୀ ପାରମ୍ପରିକ ପୂଜାର୍ଚ୍ଚନା ସହିତ ୨ ଅକ୍ଟୋବର ବୁଧବାର ଦିନ ମହାଳୟା ଅବସରରେ ମାଁଙ୍କର ଧବଳମୁଖୀ ବେଶ / ଗଙ୍ଗାଦର୍ଶନ ବେଶ ଅନୁଷ୍ଠିତ ହେବ। ୯ ଅକ୍ଟୋବରରେ ପୀଠରେ ମହାସପ୍ତମୀ ପୂଜା ସହିତ ତ୍ରିଦିନାତ୍ମକ ଦୀପ ପ୍ରଜ୍ୱଳନ କରାଯିବ। ୧୦ ଅକ୍ଟୋବର ଦିନରେ ମହାଷ୍ଟମୀ ପୂଜା ସହିତ ଭାଇ ଜିଉଁତିଆ ପର୍ବ ଏବଂ ମାଁ ସମଲେଶ୍ୱରୀଙ୍କ ଖଣ୍ଡା ଧୁଆ ହେବ। ୧୧ ଅକ୍ଟୋବରରେ ମହାନବମୀ ପୂଜା ସହିତ ମାଁ ସମଲେଶ୍ୱରୀଙ୍କ ଆଖଡା ନଗର ପରିକ୍ରମା କରିବ। ୧୨ ଅକ୍ଟୋବରରେ ପୀଠରେ ଦଶହରା ସହିତ ଦୀପ ବିସର୍ଜନ ଓ ଆଖଡାର ରଣଜିତା ଉତ୍ସବ ଅନୁଷ୍ଠିତ ହେବ। ୧୩ ଅକ୍ଟୋବରରେ କୁମାର ପୁର୍ଣ୍ଣିମାରେ ମାଁ ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ ସହିତ ମନ୍ଦିରରେ ନୂତନ ଧ୍ୱଜା ଆରୋହଣ ଉତ୍ସବ ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now