ଘରକୁ ଫେରିଲେ ମନୋହର ଖାଲକୋ

ଅପରେସନ ସିନ୍ଦୁରରେ ଶତ୍ରୁ ଦେଶ ସହ ଲଢେଇ କରିଥିବା ଭାରତୀୟ ଜବାନ ମନୋହର ଖାଲଖୋ ଆଜି ଝାରସୁଗୁଡା ପହଂଚିଛନ୍ତି l ଆଜି ସୋମବାର ପୂର୍ବାହ୍ନ ୧୦ ଟା ରୁ ୧୧ ଟା ମଧ୍ୟରେ ଯବାନ ମନୋହର ଖାଲକୋ ଝାରସୁଗୁଡା ପହଞ୍ଚିଥିବା ବେଳେ ତାଙ୍କୁ ଝାରସୁଗୁଡା ରୋଡ଼ ଷ୍ଟେସନରେ ଭବ୍ୟ ସ୍ୱାଗତ କରାଯାଇଛି । ନିଜ ଜୀବନକୁ ଖାତିର ନକରି ଦେଶ ମାତୃକାର ସେବା ପାଇଁ ଶତ୍ରୁ ରାଷ୍ଟ୍ର ସହ ଯୁଦ୍ଧ କରିଥିବା ବୀର ଯବାନଙ୍କୁ ଫୁଲମାଲ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି ଝାରସୁଗୁଡାବାସୀ । ଯବାନ ମନୋହର ଶତ୍ରୁ ରାଷ୍ଟ୍ରର ଆକ୍ରମଣରେ ଆହତ ହୋଇଥିବାବେଳେ ଚିକିତ୍ସା ପରେ ଏବେ ସୁସ୍ଥ ହୋଇଛନ୍ତି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *