ଫାଇଲେରିଆ ରୋଗୀଙ୍କୁ ଦିଆଯାଉଛି MMDP କିଟ୍

ଫାଇଲେରିଆ ରୋଗୀଙ୍କୁ ଦିଆଯାଉଛି MMDP କିଟ୍ । ଏନେଇ ସ୍ୱାସ୍ଥ୍ୟ ବିଭାଗର ଫାଇଲେରିଆ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ରତ୍ୟେକ ଫାଲେରିଆ ରୋଗୀଙ୍କୁ ଏକ MMDP କିଟ୍ ଯୋଗାଈ ଦିଆଯାଉଛି । ଯେଉଁମାନଙ୍କର ସରକାରୀ ସ୍ଥରରେ ରେଜିଷ୍ଟ୍ରେସନ କରାଯାଇଛି ସେମାନଙ୍କୁ କେବଳ ଦିଆଯାଉଛି । ସେଥିରେ ସବୁକିଛି ଦିଆଯାଉଛି । ଆଣ୍ଟି ବାକ୍ଟେରିଆ କ୍ରିମ ଦିଆଯାଉଛି. ଯାହାଫଳରେ କୁ ରୋଗର ଇନଫେକ୍ସନ କମେଇବା ରେ ସାହାଯ୍ୟ କରିବ । ପ୍ରତ୍ୟେକ ଦିନ ସେମାନଙ୍କୁ ବ୍ୟା୍ୟାମ କରିବାକୁ ପରାମର୍ଶ ଦିଆଯାଉଛି. ଭୁବନେଶ୍ୱରର NFCP କ୍ଲିନିକ ରହିଛି ଯେଉଁଠି କି ମାଗଣାରେ ସମସ୍ତ ସେବା ଯୋଗାଈ ଦିଆଯାଉଛି । ଆର୍ଥିକ ଭାବରେ ଦିଆଯାଉଛି କିନ୍ତୁ ଷ୍ଟେଜ 5 ରେ ରହିଲେ ଆର୍ଥିକ ସହାୟତା ଦିଆଯାଉଛି । ସମସ୍ତଙ୍କୁ ଷ୍ଟେଜ ୧ ରୁ ୫ ପର୍ଯ୍ୟନ୍ତ ସମସ୍ତଙ୍କୁ ମାସକୁ କିଛି ଆର୍ଥିକ ସହାୟତା ଦିଆଯିବ ପ୍ଳାନ କରାଯାଉଛି । ଖୁବ ଶୀଘ୍ର ଏହାକୁ ଘୋଷଣା କରାଯିବାର ଯୋଜନା କରାଯାଉଛ ।

ଉପକୂଳରେ ଅଧିକ ରହିଛି ଫାଇଲେରିଆ:-
ଉପକୂଳରେ ଅଧିକ ରହିଛି ଫାଇଲେରିଆ ରୋଗ. ବିଶେଷ ଭାବରେ ବାଲେଶ୍ୱର କେନ୍ଦ୍ରାପଡା ଜଗତସିଂହପୁର ଖୋର୍ଦ୍ଧା ଗଞ୍ଜାମ ଆଦି ଜିଲ୍ଲାରେ ଅଧିକ ମାତ୍ରରେ ଦେଖାଯାଉଛି. ବିଶେଷ ଭାବରେ ଏହି ଜିଲ୍ଲାରେ ବଢିବା ମୁଖ୍ୟ କାରଣ ହେଉଛି ଅଧିକ ମାତ୍ରାରେ ମାଟି ଶାନ୍ତସନ୍ତିଆଁ ହୋଇଥାଏ. ଅଧିକ ପାଣି ଜମା ରହିଥାଏ. ଯାହା ଫଳରେ ଏଠାରେ ଅଧିକ ହେବାର କାରଣ ହେଉଛି CULEX ମଶା ବା ମାନାସୋନିଆ ମଶା ବଂଶ ବିସ୍ତାର କରିଥାନ୍ତି । ବିଶେଷ ଭାବରେ ଏହି ମଶା କାମୁଡ଼ିଲେ ୫ରୁ ୧୦ ବର୍ଷ ମଧ୍ୟରେ ଫାଇଲେରିଆ ରୋଗ ଦେଖାଯାଇଥାଏ।

ଫାଇଲେରିଆ କଣ:-
ଲିମ୍ଫାଟିକ୍ ଫାଇଲେରିଆସିସ୍ (LF) ହେଉଛି ଫାଇଲେରିଆ ପରଜୀବୀ ଦ୍ଵାରା ସୃଷ୍ଟି ହେଉଥିବା ଏକ ମଶାବାହିତ ସଂକ୍ରାମକ ରୋଗ । LF ଏକ ବିକୃତ ଏବଂ ଦୁର୍ବଳ କରୁଥିବା ରୋଗ । ଏହି ରୋଗ ସାମାଜିକ କଳଙ୍କ ଏବଂ ଆର୍ଥିକ ଅଭାବ ସୃଷ୍ଟି କରେ । ପ୍ରଭାବିତ ବ୍ୟକ୍ତି ବିଶେଷ ଏବଂ ପରିବାର ମାନେ ଦୀର୍ଘକାଳୀନ, ତୀବ୍ର ରୋଗ ଅବସ୍ଥା ତଥା କାର୍ଯ୍ୟ, ନିଯୁକ୍ତି ସୁଯୋଗ ହରାଇବାର ପରିଣାମ ଭୋଗନ୍ତି.

12 ଟି ଜିଲ୍ଲା ଉପରେ ଫୋକସ:-
ଲିମ୍ଫାଟିକ୍ ଫାଇଲେରିଆସିସ୍ ନିରାକରଣ ପାଇଁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି. 12 ଟି ଜିଲ୍ଲାର 115 ଟି କାର୍ଯ୍ୟାନ୍ଵୟନ ୟୁନିଟ୍ (IUs) ରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ. ଲିମ୍ଫାଟିକ୍ ଫାଇଲେରିଆସିସ୍ ନିରାକରଣ ପାଇଁ ନିର୍ଦ୍ଧାରିତ ନୂତନ ରଣନୀତି ଅନୁଯାୟୀ MDA କାର୍ଯ୍ୟକ୍ରମରେ ତିନୋଟି ଔଷଧ ମଧ୍ୟରେ ଚିକିତ୍ସା ଯୋଗାଈ ଦିଆଯିବ. ଯଥା ତି.ଇ.ସି (DEC), ଆଲବେଣ୍ଡାଜୋଲ (Albendazole) ଏବଂ ଆଲଭରମେକ୍ଟିନ୍ (Ivermectin) ସେବନ କରାଯିବ.

କେଉଁ ମାନଙ୍କୁ ଦିଆଯିବ ନାହିଁ ଔଷଧ:-
ବିଶେଷ ଭାବରେ ଦୁଇ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିମାନେ ଏହି ଔଷଧ ସେବନ କରିବେ ନାହିଁ। 6 ବର୍ଷରୁ ଅଧ‌ିକ ବୟସର ବ୍ୟକ୍ତିଙ୍କୁ ଉଚ୍ଚତା ଆଧାରରେ ଆଇଭରମେକ୍ସିନ ଦିଆଯିବ। ପ୍ରସବର ଏକ ସପ୍ତାହ ମଧ୍ୟରେ ଏମାନଙ୍କୁ କୌଣସି ଔଷଧ ଦିଆଯିବ ନାହିଁ.

କିପରି ସେବନ କରିବେ ଔଷଧ:-
1) ଏହି ଔଷଧ ବର୍ଷକୁ ଥରେ ଦୁଇ ବର୍ଷ ପାଇଁ ସେବନ କରିବାକୁ ପଡ଼ିବା.
2) ଏହି ଔଷଧ ଅତ୍ୟନ୍ତ ନିରାପଦ ଏବଂ ଏହାର ପ୍ରାୟ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ।
3) ଗର୍ଭବତୀ ମହିଳା, 2 ବର୍ଷରୁ କମ୍ ବୟସର ଶିଶୁ ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିମାନେ ଏହି ଔଷଧ ସେବନ କରିବେ ନାହିଁ।
4) 6 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଉଚ୍ଚତା ଆଧାରରେ ଆଇଭରମେକ୍ଟିନ୍ ଦିଆଯିବ. ପ୍ରସବର ଏକ ସପ୍ତାହ ମଧ୍ୟରେ ମହିଳାମାନଙ୍କୁ ଆଇଭରମେକ୍ସିନ୍ ଦିଆଯିବ ନାହିଁ।
5) ଏହି ଔଷଧ ମଧୁମେହ, ଉଚ୍ଚ ରକ୍ତଚାପ ଇତ୍ୟାଦିରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ମଧ୍ଯ ନିରାପଦା ଅଟେ.
6) ଖାଦ୍ୟ ଖାଇବା ପରେ ଔଷଧ ଖୁଆଉଥିବା କର୍ମୀ (ଡ୍ରଗ୍ ଆଡମିନିଷ୍ଟ୍ରେଟର) ସମ୍ମୁଖରେ ଔଷଧ ସେବନ କରିବାକୁ ପଡ଼ିବ।
7) ଫାଇଲେରିଆସିସର କୌଣସି ଲକ୍ଷଣ ନଥିବା ଯୋଗ୍ୟ ବ୍ୟକ୍ତି ଏବଂ ଫାଇଲେରିଆସିସର ଲକ୍ଷଣ ଯଥା ଲିମ୍ଫାଟିକ ଫାଇଲେରିଆସିସ / ହାଇଡ୍ରୋସିଲ ଥିବା ବ୍ୟକ୍ତି MDA ଔଷଧ ସେବନ କରିପାରିବେ.
8) ଫାଇଲେରିଆସିସର ଚିହ୍ନ ଓ ଲକ୍ଷଣରେ ପୀଡ଼ିତ ବ୍ୟକ୍ତିମାନେ ଆଗକୁ ଆସି ସେମାନଙ୍କର ରୋଗାକ୍ରାନ୍ତ ଅବସ୍ଥା ବିଷୟରେ ଔଷଧ ଖୁଆଇବା କର୍ମୀ (DA) ମାନଙ୍କୁ ଜଣାଇବା ଉଚିତ୍.
9) LLIN/ITN/ସାଧାରଣ ନେଟ୍ ବ୍ୟବହାର କରି ମଶା କାମୁଡ଼ିବାରୁ ରକ୍ଷା ପାଆନ୍ତୁ.

କେଉଁ ଜିଲ୍ଲା ଅତି ଗୁରୁତ୍ୱପୂର୍ଣ୍ଣ:-
ଏହି ଅନୁସାରେ 12 ଟି ଜିଲ୍ଲା ଉପରେ ଅଧିକ ଫୋକସ କରାଯାଇଛି. ଯଥା, ଅନୁଗୁଳ, ବାଲେଶ୍ବର, ବରଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ.

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *