ମାଲକାନଗିରି ଜିଲ୍ଲାରେ ଜଣେ ୱେବ୍ ସାମ୍ବାଦିକଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ମୃତକ ହେଲେ, ସାମ୍ବାଦିକ ସିଏଚ ନରେଶ । ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳର ମୁରଲୀଗୁଡା ଗ୍ରାମ ନିକଟରେ ସିଏଚ ନରେଶ ଓ ଅନ୍ୟ କିଛି ସାମ୍ବାଦିକ ଏବଂ ତାଙ୍କର କିଛି ବନ୍ଧୁ ଏକ କାରରେ ଯାଇ ବର୍ଭାଳାପ କରୁଥିବା ବେଳେ ଦୁଇଟି ବାଇକ୍ରେ ୫ଜଣ ଦୁର୍ବୃତ୍ତ ଆସି ହଠାତ୍ ଖଣ୍ଡା ସହ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ନରେଶଙ୍କ ହାତରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରୁ ସାମ୍ବାଦିକମାନଙ୍କ କାରକୁ ମଧ୍ଯ ଦୁର୍ବୃତ୍ତମାନେ ଛଡ଼ାଇ ନେଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ନରେଶଙ୍କୁ ପ୍ରଥମେ ମୋଟୁ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ନରେଶଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଅନ୍ୟ କିଛି ଜଣ ମଧ୍ଯ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now