ନ୍ୟୁ ସିଟିର ନ୍ୟୁ ଭିଜନ

କେତେ ଦୂର ଆଗେଇଲାଣି ନ୍ୟୁ ସିଟି। ଗ୍ରାଉଣ୍ଡରେ କେତେ ଆଗେଇଲାଣି କାମ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହେଉଥିବା ଏହି ବହୁ ପ୍ରତୀକ୍ଷିତ ନ୍ୟୁ ସିଟି କାମକୁ ନେଇ ସମସ୍ତଙ୍କର ନଜର। ଭୁବନେଶ୍ୱର ଉପକଣ୍ଠ ଦାସପୁରରୁ ଗୋଠପାଟଣା ଯାଏ ୮୬୧ ଏକର ପରିମିତ ଜାଗାରେ ହେଉଥିବା ଏହି ନ୍ୟୁ-ସିଟି କାମ ସାରିବା ବଡ଼ ଆହ୍ୱାନ ଭାବେ ମୁଣ୍ଡ ଟେକିଛି ବିଡିଏ ଲାଗି। ଅହମଦାବାଦ ଢାଞ୍ଚାରେ ହେଉଥିବା ଟାଉନ ପ୍ଲାନିଂ ସ୍କିମକୁ ତାଳ ଦେଇ ସମାନ୍ତରାଳ ଭାବେ ନ୍ୟୁ-ସିଟିର ଭିତ୍ତିଭୂମି ନିର୍ମାଣକୁ ଜୋରଦାର କରିଛି ବିଡିଏ। ସେପଟେ କେଉଁ କାମ କେତେ ଦୂର ଗଲା, ଏଣିକି ପ୍ରତି ମାସର ଦ୍ୱିତୀୟ ବୁଧବାର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ନଗର ଉନ୍ନୟନ ସଚିବ।

କେତେଦୂର କାମ ଚାଲିଛି। କାମ ମନ୍ଥର ନା ଦ୍ରୁତ ଗତିରେ ଚାଲିଛି। ଭୁବନେଶ୍ୱର ସହ ଭୁବନେଶ୍ୱର ଉପକଣ୍ଠର ବିକାଶକୁ ପ୍ରାଥମିକତା ଦେଇ ସମାନ୍ତରାଳ ଭାବେ ଜାରି ରଖିଥିବା ଟାଉନ ପ୍ଲାନିଂ ସ୍କିମ୍ ଓ ପ୍ରସ୍ତାବିତ ନ୍ୟୁ-ସିଟିକୁ ସାରିବା ବିଡିଏ ଲାଗି ବଡ଼ ଟାସ୍କ ସାଜିଛି। ଏ ହେଉଛି ଭୁବନେଶ୍ୱର ଉପକଣ୍ଠ ୩ ଖଣ୍ଡ ରାଜସ୍ୱ ଗାଁକୁ ନେଇ ବ୍ୟାପିଥିବା ନ୍ୟୁ-ସିଟି। ଦାସପୁରରୁ ଗୋଠପାଟଣା ଯାଏ ପ୍ରାୟ ୮୬୧ ଏକର ପରିମିତ ଜାଗାରେ ଚାଲିଛି ନ୍ୟୁ-ସିଟି କାମ। ପାଇକରାପୁର, ମଳିପଡ଼ା, ଦାସପୁର ଆଦି ୩ ଖଣ୍ଡ ରାଜସ୍ୱ ଗାଁକୁ ବି ଗିଳିଦେବ ଏହି ନ୍ୟୁ-ସିଟି।ନୂଆ ଆପାର୍ଟମେଣ୍ଟ, ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ପାର୍କ, ଜିମ୍, ମାର୍କେଟ କମ୍ପ୍ଲେକ୍ସ, ହସ୍ପିଟାଲ, ସ୍କୁଲ, ସିନେମା ହଲ୍, ସୁଇମିଂ ପୁଲ୍, ଖେଳ ପଡ଼ିଆ ସବୁ ପ୍ରକାର ରହିବ। ନ୍ୟୁ-ସିଟିର ପ୍ରାରମ୍ଭିକ ନକ୍ସା ତିଆରି ସରିଲାଣି।  ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କିନ୍ତୁ ଏଣେ ଗ୍ରାଉଣ୍ଡରେ କାମକୁ ଆଗେଇସାରିଲାଣି ବିଡ଼ିଏ। ଗୋଠପାଟଣା ନଚେତ୍ ମଳିପଡ଼ା ଆଡ଼ୁ କ୍ରିଷ୍ଣାପୁରୀ ଆସିଲେ, ତା ପଛପଟକୁ ଲାଗିକି ସରିଲାଣି ବାଉଣ୍ଡରୀ କାମ। ବାହାରର କମ୍ପାନୀକୁ ନ୍ୟୁ-ସିଟିର ଆନୁସଙ୍ଗିକ ଭିତ୍ତିଭୂମି କାମ ସାରିବାକୁ ଦାୟିତ୍ୱ ଦିଆଯାଇଛି। ଏପଟେ ଅନ୍ଧାରୁଆ-ଦାସପୁର ଆଡ଼ୁ ବି ନ୍ୟୁ-ସିଟିକୁ ସଂଯୋଗୀକରଣ କାମ ବି ସମାନ୍ତରାଳ ଭାବେ ଆରମ୍ଭ ହୋଇଛି। ନ୍ୟୁ-ସିଟିକୁ ଏଣ୍ଟ୍ରାନ୍ସ ପଏଣ୍ଟ ଭାବେ ଭୁବନେଶ୍ୱର ସହରରୁ ସବୁଠୁ ପାଖ ଅନ୍ଧାରୁଆ-ଦାସପୁର ମୌଜା ହୋଇଥିଲା ବେଳେ ସେପଟେ ଗୋଠପାଟଣା ଆଡ଼ୁ ବି ସଂଯୋଗୀକରଣକୁ ତ୍ୱରାନ୍ୱିତ କରାଯାଇଛି।

ଏଠାରେ ଅତ୍ୟାଧୁନିକ ସହର ଭଳି ସମସ୍ତ ସୁବିଧା ଖଞ୍ଜିବ ବିଡିଏ। ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ଟାର୍ଗେଟ କରି ମୁଣ୍ଡ ଟେକିବ ଏହି ନ୍ୟୁ-ସିଟି। ରାସ୍ତା ପ୍ରଶସ୍ତିକରଣ, ଡ୍ରେନ୍, ଅନ୍ଧାରୁଆ-ଦାସପୁର ଟାଉନ ପ୍ଲାନିଂ ସହ ନ୍ୟୁ-ସିଟିକୁ ଯୋଡ଼ିବାକୁ କାମ ଜୋରସୋର ଚାଲିଛି। ଟିପିକୁ ଲାଗିଥିବା ଏହି ନୂଆ ସିଟିରେ ସରକାରଙ୍କ ୯୫ ପ୍ରତିଶତ ମାଲିକାନା ରହିବ। ପ୍ରାୟ ୧୫ହଜାର ହାଉସିଂ ୟୁନିଟ୍ ସହ ୬୦ହଜାର ଲୋକଙ୍କ ରହିବା ଲାଗି ବ୍ୟବସ୍ଥା କରିବ ବିଡିଏ। ଏହା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ରହିଛି ବିଡିଏ। ନୂଆ ସିଟିରେ ୨ଶହ ଲକ୍ଷ କମର୍ସିଆଲ ବିଲଟ ଅପ ଏରିଆ ରହିବ। ୪୫ ପ୍ରତିଶତ ସବୁଜିମା ଓ ଓପନ ସ୍ପେସ୍ ଲାଗି ଛଡ଼ାଯିବ। ମାଷ୍ଟର ପ୍ଲାନ୍ ଦାଖଲ ପରେ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ଅଧିକାରୀ ଖୁବ୍ ଶୀଘ୍ର ଗସ୍ତରେ ଆସିବେ। ସେଥିଲାଗି ଆଗତୁରା ସର୍ଭେ ସାରିବା ସହ  ନ୍ୟୁ-ସିଟିକୁ ସଂଯୋଗୀକରଣ ସହ ଆନୁସଙ୍ଗିକ ଭିତ୍ତିଭୂମି ଦେବାକୁ ବିଡିଏ ଲାଗିଛି।

ସେପଟେ ସମସ୍ତ ପ୍ରକଳ୍ପ ଧାର୍ଯ୍ୟ ସମୟରେ କେମିତି ସରିବ। କୌଣସି ପ୍ରତିବନ୍ଧକ ଥିଲେ, କେମିତି ଦୂର କରି ସହର ଉପକଣ୍ଠ ଭିତ୍ତିଭୂମିର ବିକାଶ ହେବ। କାମରେ ଅବହେଳା ହେଉଥିଲେ, ଉତ୍ତରଦାୟିତ୍ୱ ଧାର୍ଯ୍ୟ କରି ସବୁର ତଦାରଖ ହୋଇପାରିବ, ତାକୁ ଗୁରୁତ୍ୱ ଦେଇ ଏଣିକି ପ୍ରତି ମାସର ଦ୍ୱିତୀୟ ବୁଧବାର ନଗର ଉନ୍ନୟନ ସଚିବ ଉଷା ପାଢ଼ୀ ଏହାର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *