ଖଟିଆ ରେ ବୁହାହେଲା ଗର୍ଭବତି ମହିଳା

ଖଟିଆ ରେ ବୁହାହେଲା ଗର୍ଭବତି ମହିଳା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ  ସ୍ୱାଭିମାନ ଅଂଚଳ ବଡ଼ପଦର  ଗ୍ରାମ ପାଞ୍ଚଯାତ ର ମେଟାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜନନୀ ଯନ୍ତ୍ରଣା ର କରୁଣା କାହାଣୀ। ରାସ୍ତା ଖରାପ ଯୋଗୁଁ ଗାଁ କୁ ଆମ୍ବୁଲାନ୍ସ ଆସି ନପାରିବାରୁ ଦୀର୍ଘ ଦୁଇ କିଲୋମିଟର ଦୂର ଭାରରେ ବୁହାହେଲେ ଗର୍ଭବତୀ ମହିଳା  । ଏହି ଗ୍ରାମରେ ବାସ କରନ୍ତି ୫୫ ରୁ ଉର୍ଦ୍ଧ ପରିବାର । ସେଇ ଗ୍ରାମର ବାଲି ଖିଲଙ୍କ ସ୍ତ୍ରୀ ଲକ୍ଷ୍ମୀ ଖିଲ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ସ୍ୱାମୀ ବାଲି ଖିଲ ପଣସଗନ୍ଧି ଗ୍ରାମ ଆଶାଦିଦି ପଦ୍ମା କିରସାନୀ ଙ୍କ ସହାୟତା ରେ  ଆମ୍ବୁଲାନ୍ସ କୁ  ଖବର ଦେଇଥିଲେ । ଗାଁକୁ ରାସ୍ତା ଖରାପ ଯୋଗୁଁ  ଆମ୍ବୁଲାନ୍ସ ଦୁଇ  କିଲୋମିଟର ପୂର୍ଵ ସଙ୍ଗମଗୁଡା ଗ୍ରାମ ଛକ ଠାରେ ଅଟକି ଯାଇଥିଲା । ଆମ୍ବୁଲାନ୍ସ ଗ୍ରାମକୁ ନାଆସିବାରୁ, ପରିବାର ବର୍ଗ ଓ ଆଶା ଦିଦି ଗ୍ରାମବାସୀ ଙ୍କ ସହାୟତା ରେ ପ୍ରସବ ଯନ୍ତ୍ରଣା ଭୋଗୁଥିବା  ଲଷ୍ମୀ ଖିଲ ଙ୍କୁ  ଦୀର୍ଘ ଦୁଇ କିଲୋମିଟର ଦୂର କାଦୁଅ ରାସ୍ତା ଓ ଖାଲ ଢ଼େପ ରାସ୍ତାରେ ଖଟିଆରେ ବୋହି ଆମ୍ବୁଲାଆନ୍ସ ନିକଟରେ ପହଞ୍ଚିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଲଷ୍ମୀ ଙ୍କୁ ଜାନବାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ  ଭର୍ତ୍ତି କରାଯାଇଥିଲା ସେଠାରେ ଲଷ୍ମୀ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି ,ଉଭୟେ ମାଆ ଓ ନବଜାତ କନ୍ୟା ସୁସ୍ଥ ଥିବା ପରିବାର ବର୍ଗ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *