ଫ୍ରିଫ୍ୟାୟର ଗେମ ପାଇଁ ଜୀବନ ହାରିଲେ ଯୁବକ । ପାରାଦୀପ ଉପକଣ୍ଠ ସନ୍ତରା ଗ୍ରାମର ଦେବୀଦତ୍ତ ପରିଡା ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଦେବୀଦତ୍ତ ବୟସ ମାତ୍ର ୧୮ ବର୍ଷ । ଗତକାଲି ସେ ତାଙ୍କ ଭାଇଙ୍କୁ ମୋବାଇଲ ହଟସ୍ପଟ ଗେମ ଖେଳିବାକୁ ମାଗିଥିବା ବେଳେ ଭାଇ ଏଥିପାଇଁ ତାଙ୍କୁ ମନା କରିଥିଲେ । ଏହାପରେ ଯୁବକ ଜଣଙ୍କ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତ୍ରିରେ ଫ୍ୟାନରେ ଫାଶି ଦେଇ ଆତ୍ମହତ୍ୟା କରିଥିଲେ । ପରିବାର ପକ୍ଷ୍ୟରୁ କୁଜଙ୍ଗ ଥାନାରେ ଅଭିଯୋଗ ପରେ ପୋଲିସ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now