ସ୍ୱତନ୍ତ୍ର OTET ପରୀକ୍ଷା ଆଜି ସ୍ଥଗିତ ହେବା ପରେ ତ୍ରିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ । ଆଜି OTET ର ପେପର 1 ଓ ପେପର 2 ପରୀକ୍ଷା ହେବାର ଥିଲା ଯେଉଁଥିରେ ରାଜ୍ୟର 75 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଗତକାଲି ରାତିରେ ପ୍ରଶ୍ନପତ୍ର ଲିକ ହେବା ପରେ ବୋର୍ଡ ପକ୍ଷରୁ ରାତି ଅଧିଆ ନୋଟିସ ଜାରି କରାଯାଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହାଫଳରେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରୁ ଫେରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ବୋର୍ଡରୁ ନିର୍ଦେଶ ପାଇଲା ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ବୋଲି କହିଛନ୍ତି ଜଗତସିଂହପୁର ଏସକେ ଏକାଡେମୀ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now