ପୁରୀରେ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର ଙ୍କୁ ସମ୍ବର୍ଦ୍ଧନା ।ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହେବାପରେ ସପରିବାର ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇଛନ୍ତି ଦୁର୍ଗାଚରଣ ।ତେବେ ପୁରୀର ଅଗ୍ରଣୀ ଅନୁଷ୍ଠାନ ଲିଙ୍ଗରାଜ କଳା ନିକେତନର ଉପଦେଷ୍ଟା ଭାବେ ରହି ଆସିଛନ୍ତି ଶ୍ରୀଯୁକ୍ତ ରଣବୀର ।ତେବେ ଅନୁଷ୍ଠାନର ମାର୍ଗଦର୍ଶକ ଭାବରେ ଅନୁଷ୍ଠାନ ତରଫରୁ ଗୁରୁ ଦୁର୍ଗାଚରଣ ଓ ତାଙ୍କ ପତ୍ନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ସମ୍ବର୍ଦ୍ଧନା କୁ ଖୁବ୍ ଉତ୍ସାହର ସହ ଗ୍ରହଣ କରିଛନ୍ତି ଗୁରୁ ରଣବୀର ।ଜଗନ୍ନାଥ ମୋର ଗୁରୁ,ତେଣୁ ତାଙ୍କ ପାଦ ତଳେ ପୁରସ୍କାର କୁ ଅର୍ପଣ କରୁଛି ବୋଲି ସେ ଭାବବିହ୍ୱଳ ହୋଇ ପ୍ରତିକ୍ରିୟା ରଖିଛନ୍ତି ।ମହାପ୍ରଭୁ ଆଗକୁ ଆହୁରି ନୂଆ ନୂଆ ପରିକଳ୍ପନା କରିବାକୁ ଜଣାଇଛି ବୋଲି ସେ କହିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now