ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ପ୍ରତାପଙ୍କୁ ନର୍ଦୋଷ ପ୍ରମାଣିତ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଜି ନିର୍ଦୋଷ ସାବ୍ୟସ୍ତ କରିଛି  ଓଡିଶା ହାଇକୋର୍ଟ l ଏହି ମାମଲାରେ ଗତ ମାସ 28 ତାରିଖରେ ସାଲେପୁର jmfc କୋର୍ଟ ୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଵା ସହ ପ୍ରମାଣ ଅଭାବରୁ ଜଣଙ୍କୁ ନିର୍ଦୋଷରେ ଖଲାସ କରିଥିଲେ l ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଜାନୁଆରୀ ୨ ତାରିଖରେ ଘଟିଥିଲା ବହୁ ଚର୍ଚ୍ଚିତ ଡବଲ୍ ମର୍ଡର ଘଟଣା । ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ମୋଟ ୧୩ ଜଣଙ୍କ ନାମରେ ମାହାଙ୍ଗା ପୋଲିସ ଚାରସିଟ ଦାଖଲ କରିଥିଲା l ସେଥିମଧ୍ୟ୍ୟରୁ ଜଣଙ୍କର ମୃତ ହୋଇଯାଇଥିବା ବେଳେ ସେତେବେଳେର ମନ୍ତ୍ରୀ ପ୍ରାତପ ଜେନାଙ୍କ ନାମ ୧୩ ନମ୍ବର ମୁଦାଲା ଭାବରେ ଥିଲା l ପ୍ରତାପ ଜେନା ଏବଂ ଅନ୍ୟ ଜଣଙ୍କ ମାମଲା ହଇକୋର୍ଟରେ ବିଚାରଧୀନ ଥିବାବେଳେ ଆଜି ଓଡିଶା ହାଇକୋର୍ଟ ପ୍ରତାପଜେନାଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *