ପୁରୀ ରେ ପୁଣି ଅଭାବନୀୟ ଘଟଣା । ଜଗା ଦର୍ଶନ ସାରି ଫେରିବା ବାଟରେ ୩ ଯୁବତୀ ଙ୍କୁ ଅସଦାଚରଣ ଅଭିଯୋଗ ପ୍ରସଙ୍ଗ ।ଗିରଫ ହେଲେ ଦୁଇ ଅଟକ ରହିଥିବା ଯୁବକ।ଉଭୟ ବ୍ରହ୍ମଗିରି ଅଞ୍ଚଳର ବୋଲି ଜଣା ପଡ଼ିଛି ।ପୁରୀ ଏସ ପି କହିଲେ ଏହାକୁ ଗୁରୁତ୍ଵର ସହ ନେଇଛି ପୁରୀ ପୋଲିସ । ସିସି ଟିଭି ଫୁଟେଜ ,ସ୍ଥାନୀୟ ଲୋକ କରିଥିବା ଭିଡିଓ ଓ ଦେଖଣା ହାରୀଙ୍କୁ ପଚରା ଉଚରା କରି ଖୋଳତାଡ କରୁଛି ପୋଲିସ୍ ।ଅନ୍ୟ 3 ଜଣଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଚିହ୍ନଟ କରାଯାଇ ଗିରଫ କରାଯାଇ କୋର୍ଟ ଫରୱାର୍ଡ କରାଯିବ ।
ଗତକାଲି ରାତିରେ ପୁରୀରେ ୩ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିଲା ।ଦୁଇ ଯୁବକଙ୍କୁ କାବୁ କରିଥିଲେ ଗ୍ରାମବାସୀ ।ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁରରେ ଘଟିଥିଲା ଘଟଣା । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରିବା ବେଳେ ୩ ଭଉଣୀଙ୍କୁ ଅସଦାଚରଣ ହୋଇଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ।ଦୁଇ ବାଇକ୍ ରେ ଆସି ୪ ରୁ ୫ ଜଣ ଯୁବକ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା ।ଏହାସହିତ ସୁନା ଚେନ ଓ ଭ୍ୟାନିଟି ଥିବା ୨ ରୁ ୩ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି ।
କାବୁ ହୋଇଥିବା ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।ଅଟକ ଦୁଇ ଯୁବକ ବ୍ରହ୍ମଗିରି ଅଞ୍ଚଳର ବୋଲି ସୂଚନା ମିଳୁଛି ।ଉଭୟ ନିଶାସକ୍ତ ଅବସ୍ଥାରେ ଥିଲେ । ତେବେ ଅଭିଯୋଗ ଅନୁଯାୟୀ ଶମ୍ଭୁ ଏକାଦଶୀ ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସନ୍ଧ୍ୟା ୭ ଟା ପାଖାପାଖି ତିନି ଭଉଣୀ ଦର୍ଶନ ପାଇଁ ଯାଇଥିଲେ ।ଫେରିବା ବାଟରେ ଅନ୍ଧାର ରାସ୍ତା ଦେଖି ଦୁଇ ବାଇକ୍ ରେ ଆସିଥିବା ୪ ରୁ ୫ ଯୁବକ ତାଙ୍କୁ ଘେରି ଯାଇଥିଲେ ।ଯୁବକ ନିଶାସକ୍ତ ଅବସ୍ଥାରେ ଥିଲେ ।ଯୁବତୀଙ୍କୁ ଟଣା ଓଟରା ସହ ସୁନା ଚେନ ଓ ଭ୍ୟାନିଟି ବ୍ୟାଗ୍ ଓ ତା ଭିତରେ ଥିବା ୨ ରୁ ୩ ହଜାର ଟଙ୍କା ଛଡ଼ାଇ ନେଇ ଯାଇଥିଲେ ।ଭିଡା ଭିଡି କରିବା ସହ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଦୂର୍ବୁର୍ତ୍ତଙ୍କ ମାଡ଼ରେ ଯୁବତୀ ମାନେ ଚିତ୍କାର କରିବା ପରେ ଯୁବକଙ୍କୁ ଘେରିଥିଲେ ଗ୍ରାମ ବାସୀ ।ତେବେ ଦୁଇଜଣଙ୍କୁ କାବୁ କରିବା ପରେ ଅନ୍ୟ ମାନେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ ।ଏନେଇ ଅଧିକ ଛାନଭିନ କରୁଛି ପୋଲିସ୍ । ତେବେ ଏହି ଘଟଣାରେ ପୁରୀ ସଦର ଥାନାରେ କେଶ୍ ନମ୍ବର ୪୧୫/୨୫ ଓ ଦଫା ୩୯୪,୩୦୯ ଓ ୭୪ରେ ଏକ ମାମଲା ରୁଜୁ ହେବା ସହ ଘଟଣାର ଛାନବିନ କରୁଛି ପୁଲିସ।
ନାରୀ ଙ୍କ ସୁରକ୍ଷା ନେଇ ସବୁ ସମୟରେ ସରକାର କେବଳ କଥା କହୁଛନ୍ତି, କିନ୍ତୁ ବାସ୍ତବରେ ଚିତ୍ର ଅଲଗା ରହିଛି | ସରକାର ନାରୀ ସୁରକ୍ଷା ନେଇ ଚିନ୍ତା କରିବା ନିହାତି ଆବଶ୍ୟକ ଥିବା ବୁଦ୍ଧିଜୀବୀ କହିଛନ୍ତି ନଚେତ ଆଗାମୀ ଦିନରେ ସରକାର ନାରୀ ସୁରକ୍ଷା ଦିଗରେ ଫେଲ ମାରିବେ ନେଇ ସାଧାରଣ ରେ ଆଲୋଚନା ହେଉଛି |
Naxatra News is now on Whatsapp
Join and get latest news update delivered to you via whatsapp
Join Now