ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ପୋଲିସ ବିଭାଗର ସୁରକ୍ଷା ସମୀକ୍ଷା

ସ୍ନାନପୂର୍ଣ୍ନିମା ଓ ରଥଯାତ୍ରାକୁ ନେଇ ପୋଲିସ ବିଭାଗର ସୁରକ୍ଷା ସମୀକ୍ଷା ବୈଠକ ଶେଷ ହୋଇଛି । କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାରଙ୍କ ଅଧକ୍ଷତାରେ ବୈଠକ ଶେଷ ହୋଇଛି । ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀକୁ ଜଗିବେ 70 ପ୍ଲାଟୁନ ଫୋର୍ସ। ଏହାସହ4 ଜଣ ଏସପି ରାଙ୍କ କମାଣ୍ଡାଣ୍ଟ । 450 ଅଧିକାରୀ ମଧ୍ୟ ମୁତୟନ ହେବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭକ୍ତଙ୍କ ସୁରକ୍ଷା ଏବଂ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ। ପୁରୀର ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯାଉଥିବା କହିଲେ କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାର। କିଛି ସମୟ ପୂର୍ବରୁ ପୋଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଏସପି ବିଭିନ୍ନ ଥାନା ଅଧିକାରୀଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜୁନ୍ 11ରେ ଦେବସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଦର୍ଶନ ଉପରେ ପୁଲିସ ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ଆସନ୍ତା 9 ତାରିଖରେ ଆଇନମନ୍ତ୍ରୀଙ୍କ ଅଧକ୍ଷତାରେ ଦ୍ୱିତୀୟ ରଥ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *