ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ

ଦ୍ୱିଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ଦ୍ୱିତୀୟ ଦିନର ଚତୁର୍ଥ ଅଧିବେଶନରେ କମର୍ସିଆଲ୍ କୋର୍ଟ୍ସ ଆଇନ୍ ଅନ୍ତର୍ଗତ ବାଣିଜ୍ୟିକ ବିବାଦରେ ମଧ୍ୟସ୍ଥତା ଉପରେ ଆଲୋଚନା କରାଯାଇଥିଲା ।ଏହି ଅଧିବେଶନରେ ସୁପ୍ରିମ୍ କୋର୍ଟର ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଜେ. କେ ମାହେଶ୍ୱରୀ ଅଧ୍ୟକ୍ଷତା କରିଥିବା ବେଳେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଦେବେନ୍ଦ୍ର କୁମାର ଉପାଧ୍ୟାୟ , ଜମ୍ମୁ ଏବଂ କାଶ୍ମିର ତଥା ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ଅରୁଣ ପଲ୍ଲୀ ସହ-ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଶିଷ୍ଟ ପ୍ୟାନେଲିଷ୍ଟ ଭାବେ ମହାମାନ୍ୟ ନ୍ୟାୟମୂର୍ତ୍ତି ଶ୍ରୀ ତର୍ଲୋକ ସିଂ ଚୌହାନ, ମୁଖ୍ୟ ବିଚାରପତି, ଝାରଖଣ୍ଡ ହାଇକୋର୍ଟ, ମହାମାନ୍ୟ ନ୍ୟାୟମୂର୍ତ୍ତି ଶ୍ରୀ ପି. ସାମ କୋଶୀ, ନ୍ୟାୟାଧୀଶ, ତେଲେଙ୍ଗାନା ହାଇକୋର୍ଟ, ମହାମାନ୍ୟ ନ୍ୟାୟମୂର୍ତ୍ତି ଶ୍ରୀ ଗିରୀଶ କୁଲକର୍ଣ୍ଣି , ନ୍ୟାୟାଧୀଶ, ବମ୍ବେ ହାଇକୋର୍ଟ, ଶ୍ରୀମତୀ ଅର୍ଚ୍ଚନା ପାଠକ ଡାଭେ , ଅତିରିକ୍ତ ସଲିସିଟର୍ ଜେନେରାଲ୍, ସୁପ୍ରିମ୍ କୋର୍ଟ ଏବଂ ଶ୍ରୀ କେ . ଗୋପାଳକ୍ରିଷ୍ଣ କୁରୁପ, ଆଡଭୋକେଟ୍ ଜେନେରାଲ୍, କେରଳ ଯୋଗଦେଇ ଉପରୋକ୍ତ ବିଷୟରେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ମତାମତ ପ୍ରଦାନ କରିଥିଲେ ।
ଅଧିବେଶନରେ ମୁଖ୍ୟ ଆଲୋଚ୍ୟ ବିଷୟ- କମର୍ସିଆଲ୍ କୋର୍ଟ୍ସ ଆଇନ୍, ଅନୁସାରେ ବିବାଦ ଉପୁଜିବା ପୂର୍ବରୁ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରାଯିବା ସଂପର୍କରେ ଆଲୋକପାତ କରାଯାଇଥିଲା । ମଧ୍ୟସ୍ଥତା-ଆର୍ବିଟ୍ରେସନ ଏବଂ ଆର୍ବିଟ୍ରେସନ –ମଧ୍ୟସ୍ଥତା- ଆର୍ବିଟ୍ରେସନ ପ୍ରଣାଳୀ ଅବଲମ୍ବନ କରାଯାଇ ବିବାଦର ସମାଧାନ, ପ୍ରଚଳିତ ହେଉଥିବା ଶ୍ରେଷ୍ଠ ଅଭ୍ୟାସ (ବେଷ୍ଟ ପ୍ରାକ୍ଟିସେସ୍) ଅନୁଧ୍ୟାନ, ଗୋପନୀୟତା ରକ୍ଷାର ଆହ୍ୱାନକୁ ଗୁରୁତ୍ୱ ଦେଇ ଅନଲାଇନ୍ ମାଧ୍ୟମରେ ଅଧିକରୁ ଅଧିକ ବିବାଦ ସମାଧାନର ସମ୍ଭାବନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ମଧ୍ୟସ୍ଥତା ସଂପର୍କରେ ରହିଥିବା ବୈଶ୍ୱିକ ଦୃଷ୍ଟିକୋଣ ସଂପର୍କରେ ଉପସ୍ଥାପନ କରାଯାଇ ସିଙ୍ଗାପୁର ସମ୍ମିଳନୀ, ଇରୋପୀୟ ସଂଘ ଏବଂ ୟୁଏସ୍ ମଡେଲରୁ ଶିକ୍ଷା ଲାଭ କରି ତୁଳନାତ୍ମକ ମଧ୍ୟସ୍ଥତା ଅଭ୍ୟାସ, ଆନ୍ତର୍ଜାତିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ମଧ୍ୟସ୍ଥତା ବଳରେ ଭାରତକୁ ଏକ ନିବେଶ ହବ୍ ଭାବେ ସ୍ଥାପିତ କରିବାର ସୁଯୋଗ, ସାରା ବିଶ୍ୱରେ ତୃଣମୂଳସ୍ତରରେ ପ୍ରଚଳିତ ଧାରାକୁ ନେଇ କମ୍ୟୁନିଟି(ଗୋଷ୍ଠୀଭିତ୍ତିକ) ମଧ୍ୟସ୍ଥତା ମଡେଲ ଆପଣାଇବା ଆଦି ସଂପର୍କରେ ଏହି ଅଧିବେଶନରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *