ମୋଦିଙ୍କ ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ

କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ।ନୀତିଗତ ନିଷ୍ପତି ତଥା ଧାର୍ମିକ ବ୍ୟବସ୍ଥାରେ ନିଷ୍ପତି ନେନାରେ ସେ ଅସଫଳ।କେବଳ ନିଜର ଆତ୍ମପ୍ରଚାର ସେ କାମ କରୁଛନ୍ତି।କେବଳ ନିର୍ବାଚନ ପୂର୍ବରୁ ଭୟରେ ସେମାନେ ମୋତେ ଭେଟି ଆଶୀର୍ବାଦ ନେଇଥାନ୍ତି ।କିନ୍ତୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରୁନାହାନ୍ତି ।ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଶ୍ରୀମନ୍ଦିର ଧାର୍ମିକ ବ୍ୟବସ୍ଥାରେ ଶଙ୍କରାଚାର୍ଯ୍ୟ ଧାର୍ମିକ ମୁଖ୍ୟ ହୋଇଥିଲେ  ହେଁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ତାଙ୍କ ପରାମର୍ଶ ନେଉ ନାହାନ୍ତି।ସେ ଉପରେ ପଡ଼ି କୌଣସି ପ୍ରକାର ହସ୍ତକ୍ଷେପ କରିବେ ନାହିଁ।ଇସ୍କନର ଅଦିନିଆ ରଥଯାତ୍ରା ନେଇ ମଧ୍ୟ ବର୍ଷିଛନ୍ତି ଶଙ୍କରାଚାର୍ଯ୍ୟ।ଇସ୍କନର ଅଦିନିଆ ରଥଯାତ୍ରା ମନମାନି ପଛରେ କେଉଁ ମାନେ  ଅଛନ୍ତି?ଇସ୍କନ ପକ୍ଷରୁ ଭାରତ ଓ ଭାରତ ବାହାରେ ହୋଇଥିବା ଜଗନ୍ନାଥ। ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଗଜପତି ନିଜେ ଯୋଗ ଦେଇଛନ୍ତି।ଦୀଘାରେ ଜଗନ୍ନାଥ ଧାମ ନାମକରଣ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ଶଙ୍କରାଚାର୍ଯ୍ୟ ।ଏହା ବିଧର୍ମୀ କାର୍ଯ୍ୟ।କେନ୍ଦ୍ର ସରକାର ଏହି ଘଟଣାରେ ହସ୍ତକ୍ଷେପ କରିବା ଉଚିତ୍।ଆସନ୍ତା କାଲି ରଥଯାତ୍ରାରେ ସେ ନିଜ ଶିଷ୍ୟ ଓ ଅନୁଗାମୀଙ୍କ ସହ ସାମିଲ ହେବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *