ପୂର୍ବତନ ସରପଞ୍ଚ ତଥା ବର୍ତମାନ ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ମୃତକ ହେଲେ ବଲ୍ଲଭ ଖେତୀ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କେନ୍ଦୁପାଲି ନିକଟରେ ଘଟିଛି ଘଟଣା । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ହୋଇଛି ଅଭିଯୋଗ । ସୂଚନା ଅନୁଯାୟୀ ଗଜବନ୍ଧ ପଂଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ସରପଞ୍ଚଙ୍କ ସ୍ୱାମୀ ଙ୍କୁ କେହି ଦୁର୍ବୃତ୍ତ ଗତ କାଲି ରାତିରେ କେନ୍ଦୁପାଲି ରାସ୍ତାରେ ହତ୍ୟା ଉଦ୍ୟମ କରି ରକ୍ତଜୁଡୁବୁଡୁ ଅବସ୍ଥାରେ ଫିଙ୍ଗି ଚାଲି ଯାଇଥିଲେ । ପରେ ପରିବାର ଲୋକେ ଖବର ପାଇ ରକ୍ତଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନା କୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣକରିଥିଲେ । ପୂର୍ବଶତ୍ରୁତା ରୁ କେହି ହତ୍ୟାକାରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇ ଥିବା ଜଣାଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now