ମାର୍ଚ୍ଚ ୧୬ତାରିଖରେ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ସମ୍ପର୍ଣ୍ଣ ହେବ-ଅରବିନ୍ଦ ପାଢ଼ୀ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଶେଷ। ଆଜିଠାରୁ ଲାଗୁ ହେଲା ଶ୍ରୀମନ୍ଦିର ପକ୍ଷରୁ ଜାରି ହୋଇଥିବା ୫ ସୂତ୍ରୀ ମାର୍ଗଦର୍ଶିକା। ଆସନ୍ତା ମାର୍ଚ୍ଚ ୧୬ତାରିଖରେ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ସମ୍ପର୍ଣ୍ଣ ହେବ l ସେପଟେ ୨୦ ତାରିଖରେ ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଅନିଶ୍ଚିତତା। ଶ୍ରୀମନ୍ଦିର ନାଟମଣ୍ଡପ ରୁ ହୁଣ୍ଡି ଅପସାରଣ ହେବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ହୁଣ୍ଡି ଅପସାରଣ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।

ଏନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ।ବଜେଟ ଆୟ ବ୍ୟୟ ଉପରେ ମଧ୍ୟ ଆଲୋଚନା ହୋଇଛି। ଶ୍ରୀମନ୍ଦିରର ସମସ୍ତ ରେକର୍ଡ ଏବଂ ଫାଇଲ୍ କାର୍ଯ୍ୟ କମ୍ପ୍ୟୁଟରୀକରଣ ହେବ। ଅନଲାଇନ ଡୋନେସନ କୁ କିଭଳି ସହଜ କରିହେବ ସେନେଇ ଆଲୋଚନା ହୋଇଛି। ଡିଜିଟାଲ ଲାଇବ୍ରେରି କରାଯିବ। ସମସ୍ତ ଗ୍ରନ୍ଥ ଗୁଡ଼ିକ ଡିଜିଟାଇଜେସନ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଦେଇଚନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *