ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା । ଅପ୍ଟଇନ କଲେଣି 17 ହଜାର ମହିଳା । ମୋଟ 31 ହଜାର ମହିଳା ଅପ୍ଟଆଉଟ କରିଥିବା ବେଳେ 17 ହଜାର ମହିଳା ଅପ୍ଟ ଇନ କରିଛନ୍ତି। ବାକି 14 ହଜାର ମହିଳା ଅପ୍ଟ ଇନ ନକରି ପାରନ୍ତି । ସେମାନେ ଆୟକର ବର୍ଗର ହୋଇ ଥାଇ ପାରନ୍ତି। ଅନ୍ୟପଟେ ଏବେବି 2 ଲକ୍ଷରୁ ଅଧିକ ଆବେଦନକରି ମହିଳା କେୱାଇସି ଅପଡେଟ କରି ନାହାନ୍ତି । 5 ଲକ୍ଷ ମହିଳା କେୱାଇସି ଅପଡେଟ କରିନଥିବାରୁ ସମୟ ଦେଇଥିଲେ ସରକାର। ଜାନୁଆରୀ ଶେଷରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଦେବା ପୂର୍ବରୁ ସମସ୍ତଙ୍କୁ କେୱାଇସି ଅପଡେଟ କରିବାକୁ ନିବେଦନ କଲେ ଉପମୁଖ୍ୟମନ୍ତ୍ରୀ । ତେବେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ କଲେ କିମ୍ଭା ଅପ୍ଟ ଇନ କଲେ ଯୋଜନାରେ ସାମିଲ ହୋଇ ପାରିବେ । କେହି ବି ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now