ପବିତ୍ର ମହାଶିବରାତ୍ରି ତଥା ଜାଗର ଯାତ୍ରା। ଏହାକୁ ନେଇ ଭକ୍ତ ଙ୍କ ମଧ୍ୟ ରେ ବେଶ ଉତ୍ସାହ, ଆନନ୍ଦ । ତେବେ ଏହି ଅବସରରେ ପୁରୀ ବେଳାଭୂମିରେ ଅତି ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକା କଳାରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି। ଶିବଙ୍କର ପ୍ରତିମୂର୍ତ୍ତି ସହ ଶିବ ଲିଙ୍ଗ, ଶିବଙ୍କ ବାହନ ସାପ ମଧ୍ୟ ଏଥିରେ ସ୍ଥାନ ପାଇଛି। କେବଳ ସେତିକି ନୁହେଁ ଏହି ବାଲୁକା କଳାରେ ୧୪୪ ଟି କୁମ୍ଭ ସହିତ ୧୪୪ ଟି ଶିବ ଲିଙ୍ଗ ମଧ୍ୟ ସ୍ଥାନ ପାଇଛି। ମହାଶିବରାତ୍ରୀ ରେ ମହାକୁମ୍ଭ ଶେଷ ହେବାକୁ ଯାଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ସୁଦର୍ଶନ ଏଭଳି ବାଲୁକା କଳା ନିର୍ମାଣ କରିଥିବା କହିଛନ୍ତି। ଏହି ବାଲୁକା କଳାଟିକୁ ନିର୍ମାଣ କରିବା ପାଇଁ ସୁଦର୍ଶନଙ୍କୁ ୬ ଘଣ୍ଟା ସମୟ ଲାଗିଥିବା ବେଳେ ଏଥିରେ ୮ଟନ୍ ବାଲି ବ୍ୟବହୃତ ହୋଇଛି। ତେବେ ସୁଦର୍ଶନଙ୍କ ଏହି ବାଲୁକାକଳା ଦେଖିବା ପାଇଁ ସମୁଦ୍ର କୂଳରେ ପର୍ଯ୍ୟଟକ ଙ୍କ ବେଶ୍ ଭିଡ ଜମିଥିବା ଦେଖିବାକୁ ମିଳିଛି। ତେବେ ସାରା ବିଶ୍ଵ ରେ ଶାନ୍ତି ପାଈଁ ପ୍ରଭୁ ଶିବ ଙ୍କୁ ପ୍ରାର୍ଥନା କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ |

Naxatra News is now on Whatsapp
Join and get latest news update delivered to you via whatsapp
Join Now