ରାଜଭବନରେ ପହଞ୍ଚିଲେ ସୁରେଶ ପୂଜାରୀ

ରାଜଭବନରେ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ସ୍ଥିତି ବାବଦରେ ରାଜ୍ୟପାଳଙ୍କୁ ଅବଗତ କରାଇବେ ରଜସ୍ଵମନ୍ତ୍ରୀ ରାଜଭବନରେ ଗୁରୁତ୍ବପୁର୍ଣ ବୈଠକ । ବୈଠକ ପରେ ରାଜସ୍ୱ ମନ୍ତ୍ରୀ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନରେ ଯିବେ । ବନ୍ୟା ପରିସ୍ଥିତି ସ୍ବଭାବିକ ଅଛି। ୫ ହଜାରରୁ ଅଧିକ ଲୋକ ବନ୍ୟା ରିଲିଫ ସେଣ୍ଟରରେ ଅଛନ୍ତି। ରୋଷେଇ ଖାଦ୍ୟ ଦିଆ ଯାଉଛି। ଔଷଧ ବ୍ୟବସ୍ଥା ମଧ୍ୟ କରାଯାଇଛି। ଜରୁରୀ ଖାଦ୍ୟ ସାମଗ୍ରୀ ମଧ୍ୟ ବ୍ୟବସ୍ଥା କରାଯାଇଛି। ମେଡ଼ିକାଲ ଟିମ ରିଲିଫ ସେଣ୍ଟରରେ ରହି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି।

ଯାଜପୁରରେ ଗୋଟେ ଘାଇ ହୋଇଛି। ଯାହା ଦ୍ଵାରା ୩୦ ରୁ ୪୦ ଗାଁ ପ୍ରଭାବିତ ହୋଇଛି। ପାଣି କମି ଯିବା ପରେ ଘାଇର ମରାମତି କାମ ହେବ। ସରଜମିନ ଦେଖିବା ପାଇଁ ଯାଜପୁର ଗସ୍ତ କରିବି। ଜଳସମ୍ପଦ ବିଭାଗ, ବିପର୍ଯ୍ୟୟ ପରିଚାଳନାର ଅଧିକାରୀ, ଜିଲ୍ଲା ପ୍ରଶାସନ ମଧ୍ୟ ଆମ ସହିତ ରହି ସ୍ଥିତି ସମୀକ୍ଷା କରିବେ। ଘାଇ ମରାମତି କରି ଯେତେ ଶୀଘ୍ର ହେବ ସ୍ୱାଭାବିକ ସ୍ଥିତି ଆଣିବା ପାଇଁ ଚେଷ୍ଟା କରିବୁ। ଗୋ ସମ୍ପଦ, ପଶୁ ପକ୍ଷୀ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।ପାଣି କମି ଯିବା ପରେ କ୍ଷୟ କ୍ଷତି ଆକଳନ ଆରମ୍ଭ ହେବ। ଫସଲ, ଘରବାଡ଼ି କେତେ କ୍ଷତି ହୋଇଛି। ଆକଳନର ରିପୋର୍ଟ ଆସିବା ପରେ କ୍ଷତି ପୂରଣ ରାଶି ଦେବାକୁ ଦୁଇ ମିନିଟ ଲାଗିବ ଅନ ଲାଇନ ଦେବାକୁ। ବନ୍ୟା ସ୍ଥିତି ପାଇଁ ପ୍ରଶାସନ ଭଲ କାମ କରୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *