ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

କଟକ ଜିଲ୍ଲା ସାଲେପୁର ଥାନା ନାଳିଆମୁହଁ ନିକଟ ଅଲିପୁର ଗାଁରେ ଅଭାବନୀୟ ଘଟଣା। ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ହେଲେ ଅଲିପୁର ଗାଁର ମନୋଜ ସାମଲ ଓ ନାବାଳିକା ଜଣକ ରାମେଶ୍ୱର ପଞ୍ଚାୟତ ଚାହାପଡା ଅଞ୍ଚଳର ବୋଲି ଜଣାପଡିଛି। ଯୁବକ ଜଣଙ୍କ ବିବାହିତ ହୋଇଥିବା ବେଳେ ଯୁବତୀ ଜଣଙ୍କ ନାବାଳିକା ବୋଲି ସୂଚନା ମିଳିଛି l ମନୋଜ ୫ବର୍ଷ ହେବ ବିବାହ କରିଥିଲେ। ତାଙ୍କର ଗୋଟିଏ ୩ ବର୍ଷର ପୁତ୍ର ସନ୍ତାନ ଅଛି। ଗତକାଲି ସନ୍ଧ୍ୟାରୁ ମନୋଜ ଏବଂ ନାବାଳିକା ଉଭୟ ଘରୁ କେଉଁଆଡେ ପଳେଇ ଯାଇଥିଲେ। ଆଜି ଦୁଇଜଣଙ୍କ ମୃତଦେହ ନାଳିଆମୁହଁ ଚାଖୁଣ୍ଡା ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ସାଲେପୁର ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇବା ସହ ଅଧିକ ତଦନ୍ତ ଜାରି ରଖିଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *