ଓଡ଼ିଶାରେ ଚାଲିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ

ଓଡ଼ିଶାରେ ଚାଲିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଝାଡ଼ଖଣ୍ଡର ଟାଟା ନଗର ଓ ବ୍ରହ୍ମପୁର ମଧ୍ୟରେ ଦୌଡିବ ଏହି ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ଏହି ଟ୍ରେନର ପୂର୍ଣ୍ଣ ଟ୍ରାଏଲ ରନ୍ ଆରମ୍ଭ ।  ସକାଳ ୫ଟା ୨୦ରେ ଝାଡ଼ଖଣ୍ଡ ଟାଟା ନଗରରୁ ବାହାରି ସକାଳ ୭ଟା ୪୩ ମିନିଟରେ ଯୋଡ଼ା ସହର ସ୍ଥିତ ବାଂଶପାଣି ରେଳ ଷ୍ଟେସନରେ ପହଞ୍ଚିଥିଲା। ବାଂଶପାଣି ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଦୁଇ ମିନିଟର ରହଣି ପରେ ୭ଟା ୪୫ରେ ବାଂଶପାଣି ଷ୍ଟେସନ ଛାଡ଼ି ବ୍ରହ୍ମପୁର ଉଦ୍ଦେଶ୍ୟରେ ବାହାରିଥିଲା। ସାଧାରଣ ଟ୍ରେନ୍‌ ତୁଳନାରେ ଏହା ବେଶ୍‌ ଆରାମ ଦାୟକ ଅଟେ । ଯାହାକୁ ଦେଖିବାକୁ ବାଂଶପାଣି ଷ୍ଟେସନରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *