ବାରାହା ଆକ୍ରମଣ ରେ ଦୁଇ ଆହାତ

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଖଣ୍ଡୁରୁ ଗ୍ରାମ ନିକଟ ଚାଷ ଜମି ରେ ବାରାହା ଆକ୍ରମଣ ରେ ଦୁଇ ମହିଳା ଆହତ ହୋଇଛନ୍ତି । ଆହତ ମହିଳା ଚଢିଆପଡା ଗ୍ରାମର ବନିତା ସାହୁ,ଏବଂ ଖଣ୍ଡୁରୁ ଗ୍ରାମର ସାବିତ୍ରୀ ସାହୁ । ସୂଚନାଅନୁଯାୟୀ ସାବିତ୍ରୀ ଚାଷ ଜମି କୁ ପରିବା ଆଣିବା ପାଇଁ ଯାଇଥିବା ସମୟରେ ବାରାହା ଆକ୍ରମଣ ର ଶିକାର ହୋଇ ଗୁରୁତର ଆହାତ ହୋଇଛନ୍ତି । ସେହିଭଳି ବନିତା ଚାଷ ଜମି ରେ ମୁଗ ତୋଳିବା ସମୟରେ ତାଙ୍କ ଉପରକୁ ବାରାହା ଆକ୍ରମଣ କରିଛି । ଉଭୟ ଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ସାବିତ୍ରୀ ଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ବନବିଭାଗ ଏଯାଏଁ ଘଟଣା ସ୍ଥଳରେ ପହଞ୍ଚି ପାରିନାହିଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *