ବିହାର ର ମୁଜାଫରପୁର ଜିଲ୍ଲାରେ ଟ୍ରାକ୍ଟର ଚୋରି ଘଟଣାରେ ସନ୍ଦେହ କରି ଜଣେ ଯୁବକଙ୍କୁ ପିଟିପିଟି ମାରିଦେଲେ ଦୃର୍ବୃତ। ଏହି ମାମଲାରେ ଟ୍ରାକ୍ଟର ମାଲିକ ସହ ଆଉ ଦୁଇଜଣ ବ୍ୟକ୍ତି ଜଡିତ ଅଛନ୍ତି ବୋଲି ଜଣାପଡିଛି। ଯେଉଁମାନଙ୍କୁ ରବିବାରଦିନ ପୋଲିସ୍ ଗିରଫ କରିଛି। ଏବଂ ଏ ମାମଲାରେ ଅଧିକ ଯାଞ୍ଚ ଚାଲିଛି ବୋଲି କହିଛି ପୋଲିସ୍।
ଖବର ଅନୂଯାୟୀ, ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଜଣଙ୍କର ଜୀବନ ବଞ୍ଚାଇବା ପାଇଁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲେ, ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲା। ମୃତକଙ୍କ ପରିଚୟ ଶମ୍ଭୁ ସାହାଣୀ ବୋଲି ଜଣାପଡିଛି। ପୋଲିସ୍ ଏଚ୍ଏସ୍ଓ ଙ୍କ କହିବା ମୁତାବିକ୍ ଶନିବାର ଦିନ ରାତିରେ ଏହି ଘଟଣାଟି ଘଟିଥିଲା। ଲୋକଙ୍କ କଥାରେ ଜଣଙ୍କୁ ସନ୍ଦେହ କରି ଟ୍ରାକ୍ଟର ମାଲିକ ଶମ୍ଭୁ ସାହାଣୀଙ୍କୁ ମର୍ମତୁକ ଭାବେ ହତ୍ୟା କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now