ଜାତୀୟଦୁର୍ନୀତି ଓ କାଣ୍ଡ

ଚାଲିଥିଲା IAS ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ଼,,,ଫୁଟିଲା ଗୁଳି,,,ଚାଲିଗଲା ପୁଅର ଜୀବନ

ସମସ୍ତେ ଭାବନ୍ତି ଛୋଟ ଛୋଟ ସରକାରୀ କର୍ମଚାରୀ ମାନେ ଦୁର୍ନିତି କରନ୍ତି ବଡ ବଡ ଅଧିକାରୀ ମାନେ ସମ୍ପୁର୍ଣ ଭାବେ ସ୍ବଛ ଓ ନିର୍ମଳ ଭାବମୁର୍ତ୍ତି ସମ୍ପର୍ଣ । କିନ୍ତୁ ତାହା ଓଲଟା, ଅଫିସର ଯେତେବଡ କ୍ଷମତା ମଧ୍ୟ୍ୟ ସେତେ ଅଧିକା ସେହି ଅନୁପାତରେ ଦୁର୍ନିତ ର ପରିମାଣ ମଧ୍ୟ୍ୟ ବହୁତ ବେଶୀ । ଶୁଣିଲେ କାବା ହୋଇଯିବେ । ଭାରତୀୟ ପ୍ରଶାସନିକ ସେବାରେ ସଫଳତରା ସହ ଉର୍ତ୍ତୀର୍ଣ ହୋଇଥିବା ଅଧିକାରୀ ମାନେ ମଧ୍ୟ୍ୟ ଆଖିବୁଜା ଦୁର୍ନୀତି କରୁଛନ୍ତି ।ଏହି ବିଶ୍ବାସ ନହେଲେ ମଧ୍ୟ୍ୟ ଏହା ସତ । ବଡ ଅଧିକାରୀ ଙ୍କ ପାଖରେ ଦୁର୍ନିତି କରିବା ପାଇଁ ଭରପୁର ସୁଯୋଗ ରହିଥିବାରୁ ଅଧିକାଶଂ ଏହାକୁ ହାତ ଛଡା କରିବାକୁ ଚାହୁଁନାହାଁନ୍ତି । ପଞ୍ଜାବ ର ଜଣେ ଆଇଏସ ହେଉଛନ୍ତି ସଞ୍ଜୟ ପୋପଲୀ । ପଞ୍ଜାବ ଭିଜିଲାନସ ପକ୍ଷରୁ ଚଢାଉ ସମୟେର ସଞ୍ଜୟ ପୋପଲି ଙ୍କ ଷ୍ଟୋରରୁମ୍ ରୁ ମିଳିଲା ସୁନା , ରୁପା ଓ ମୋବାଇଲ ଫୋନ ଜବତ ହୋଇଛି । ଭିଜିଲାନସ ଦ୍ବାରା ଗିରଫ ହୋଇତିବା ଆଇଏସ ସଞ୍ଜୟ ଙ୍କ ଘରୁ ୧୨ କିଲୋ ସୁନା , ୩ କିଲୋ ରୁପା , ୪ ଟି ଆପଲ ଆଇ ଫୋନ୍ ସମେତ ସାମସଙ୍ଗ ସ୍ମାର୍ଟ ୱାଚ ଜବତ ହୋଇଛି । ଅପର ପକ୍ଷେ ଆଏସ ସଞ୍ଜୟ ପୋପଲୀ ଙ୍କ ପୁଅ କାର୍ତ୍ତିକ ପୋପଲୀ ଙ୍କ ମୁଣ୍ଡରେ ଗୁଳି ବାଜିବା ଫଳରେ ମୃତ୍ୟୁ ହୋଇଛି ।

ପୁଅର ମୁତ୍ୟୁ ପାଇଁ ଭିଜିଲାନସକୁ ଦାୟି କରିବା ସହ ନିଜେ ଏହାର ସାକ୍ଷୀ ବୋଲି କହିଛନ୍ତି ଆଇଏସ ସଞ୍ଜୟ । ଭଜିଲାନସ ବ୍ୟୁରୋ ପ୍ରବକ୍ତା ଙ୍କ ଅନୁସାରେ ଜବତ କରାଯଇଥିବା ୧୨ କିଲୋ ସୁନା ମଧ୍ୟ୍ୟରେ ୯ ଟି ସୁନା ଇଟା , ୪୯ ଟି ସୁନା ବିସ୍କୁଟ , ୧୨ ସୁନା କଏନ ରହିଛି । ସେହିପରି ୩ କିଲୋ ରୁପା ମଧ୍ୟ୍ୟରେ ୧୮ ଟି ଚାନ୍ଦି କଏନ ରହିଛି । ଆଇଏସ ୨୦ ଜୁନ ରେ ନବାସେହର ସ୍ବେରଜ୍ ପାଇପ ଲାଇନ ପକାଇବା ପାଇଁ ଅନୁମତି ପ୍ରଦାନ କରିବା ପାଇଁ ୭ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ତାଙ୍କ ସହ ତାଙ୍କ ସହଯୋଗୀ ସନ୍ଦୀବ ବତ୍ସ ଙ୍କୁ ମଧ୍ୟ୍ୟ ଲାଞ୍ଚ ମାଗିବା ଅଭିଯୋଗରେ ଜଳନ୍ଧର ରୁ ଗିରଫ କରାଯାଇଛି । କାର୍ତ୍ତିକ ପୋପଲି ମୃତ୍ୟୁ ନେଇ ତାଙ୍କ ପରିବାର ଏହାକୁ ହତ୍ୟା ଆରୋପ ଲଗାଉଥିବା ବେଳେ ପୋଲିସ କହିବା କଥା ସେ ନିଜକୁ ଗୁଳ କରି ହତ୍ୟା କରିଛନ୍ତି । ଆଇଏସ ପରିବାର କହିବା କଥା ମୁଖ୍ୟମନ୍ତ୍ରୀ ଙ୍କ ଚାପରେ ଏଭଳି କାର୍ଯ୍ୟ ହେଉଛି । ଆଇଏସ ଦୁର୍ନିତି ଅଭିଯୋଗରେ ଗିରଫ ହୋଇତିବା ବେଳେ ପୁଅ କାର୍ତ୍ତିକ ମୃତ୍ୟୁ ନେଇ ପୋଲିସ ଓ ପରିବାର ମଧ୍ୟ୍ୟରେ ଦୋଷ ଲଦା ଲଦି ହେଉଛନ୍ତି । ତଦନ୍ତ ହେଲେ ସତ ସାମନାକୁ ଆସିବ ।

  • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button