ବୁଲେଟ ଟ୍ରେନର ନିର୍ଦ୍ଦେଶକଙ୍କୁ ବହିଷ୍କାର

Spread the love

ବୁଲେଟ ଟ୍ରେନର ପରିଚାଳନା ନିର୍ଦ୍ଦେଶକ ସତୀଶ ଅଗ୍ନିହୋତ୍ରୀଙ୍କୁ ବହିଷ୍କାର। ଦୁର୍ନୀତି ମାମଲାରେ ତାଙ୍କୁ ଏମଡି ପଦରୁ ବରଖାସ୍ତ କରାଯାଇଛି। ସତୀଶ ଅଗ୍ନିହୋତ୍ରୀଙ୍କୁ ଜୁନ ୨୦୨୧ରେ ନ୍ୟାସନାଲ ହାଇ ସ୍ପିଡ୍ ରେଳ ନିଗମର ଏମଡି କରାଯାଇଥିଲା।

ସତୀଶ ଅଗ୍ନିହୋତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ମାମଲାରେ ଲୋକପାଳ କୋର୍ଟରେ ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି। NHSRCLର ଚିଠିରେ କମ୍ପାନୀ ସଚିବଙ୍କୁ ଚିଠି ଲେଖାଯାଇଛି ଯେ, ସତୀଶଙ୍କୁ ତୁରନ୍ତ ପ୍ରଭାବରୁ ବହିଷ୍କାର କରାଯାଉଛି। ଏହି କମ୍ପାନୀ ହେଉଛି ଏକ ମିଳିତ ଉଦ୍ୟୋଗ। ଏଥିରେ ଭାରତ ସରକାର ଏବଂ ସେହି ରାଜ୍ୟମାନେ ଅଂଶୀଦାର ଅଟନ୍ତି ଯେଉଁଥିରେ ହାଇ ସ୍ପିଡ୍ ଟ୍ରେନ୍ ପ୍ରକଳ୍ପ ଆରମ୍ଭ ହେବ।

ରେଳବାଇର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅଗ୍ନିହୋତ୍ରୀଙ୍କ ବିରୋଧରେ ଅନେକ ଅଭିଯୋଗ ହୋଇଛି, ଯେଉଁଥିରେ ସରକାରୀ ପଦବୀର ଅପବ୍ୟବହାର ଏବଂ ଏକ ବେସରକାରୀ କମ୍ପାନୀକୁ ଅନଧିକୃତ ଟଙ୍କା ଦେବା ଭଳି ଅନେକ ଅଭିଯୋଗ ରହିଛି। ସେ କହିଛନ୍ତି ଯେ, ଅଗ୍ନିହୋତ୍ରୀଙ୍କ କାର୍ଯ୍ୟକୁ ବନ୍ଦ କରିବାକୁ  ଜୁନ୍ ୨ ତାରିଖ ଦିନ ଲୋକପାଲ କୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ଦ୍ଦେଶ ଆସିଥିଲା। ଯେଉଁଥିରେ ସିବିଇକୁ NHSRCLର ପୂର୍ବତନ ଏମଡିଙ୍କ ଦ୍ୱାରା ରେଳ ବିକାଶ ନିଗମ ଲିମିଟେଡର ସିଏମଡି ଭାବରେ ୯ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଏକ ଘରୋଇ କମ୍ପାନୀ ସହିତ ହୋଇଥିବା ଚୁକ୍ତି ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ନୀତି ନିବାକରଣ ଆଇନ ୧୯୮୮ ଅନୁଯାୟୀ, ଅପରାଧ ହୋଇଛି କି ନାହିଁ, ତାହା ଜାଣିବା ପାଇଁ ଲୋକପାଳ କୋର୍ଟ ଅଗ୍ନିହୋତ୍ରୀଙ୍କ ବିରୋଧରେ ତଦନ୍ତ କରି ୬ ମାସ ମଧ୍ୟରେ କିମ୍ୱା ୧୨ ଡିସେମ୍ୱର ୨୦୨୨ ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ରାଜେନ୍ଦ୍ର ପ୍ରସାଦଙ୍କୁ ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ବର୍ତ୍ତମାନ NHSRCLରେ ନିର୍ଦ୍ଦେଶକ (ପ୍ରୋଜେକ୍ଟ)ର ଦାୟୀତ୍ୱରେ ଅଛନ୍ତି। ତାଙ୍କୁ ବର୍ତ୍ତମାନ ତିନିମାସ ପାଇଁ MD ପଦବୀରେ ରହିବାକୁ ପଡିବ। ବୁଲେଟ ଟ୍ରେନ ପ୍ରକଳ୍ପର କାର୍ଯ୍ୟ ପାଇଁ NHSRCL କୁ ଦାୟୀତ୍ୱ ଦିଯାଇଛି। ଏହି ହାଇ ସ୍ପିଡ୍ ଟ୍ରେନ ମୁମ୍ୱାଇ ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲିବ।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *