ରାହତ ଫତେହ ଅଲି ଖାନଙ୍କୁ ଜେରା

Spread the love

ଭେଟେରାନ ଉର୍ଦ୍ଦୁ ଗାୟକ ରାହତ ଫତେହ ଅଲି ଖାନ୍ ପାକିସ୍ତାନ ଫେଡେରାଲ ବୋର୍ଡ ଅଫ୍ ରେଭିନ୍ୟୁ ରାଡାରକୁ ଆସିଛନ୍ତି। ଖବର ଅନୁଯାୟୀ, FBR ରାହତ ଫତେହ ଅଲ୍ଲି ଖାନଙ୍କ ଉପରେ ୪.୩ କୋଟି ଟଙ୍କାର ଟ୍ୟାକ୍ସ ଲଗାଇଛନ୍ତି ଏବଂ ଏହାକୁ ଦେବାକୁ ତାଙ୍କୁ ଏକ ମାସ ସମୟ ଦେଇଛନ୍ତି। ରାହତ ଫତେହ ଅଲ୍ଲି ଖାନଙ୍କର ଅନେକ ଗୁପ୍ତ ଆକାଉଣ୍ଟ ରହିଥିବା ସୂଚନା ମିଳିଛି। ତେବେ ତାଙ୍କର କେବଳ ଦୁଇଟି ବ୍ୟାଙ୍କରେ ଆକାଉଣ୍ଟ ଥିବା ନେଇ ସେ ଦାବି କରିଛନ୍ତି।

ଏନେଇ FBR ରାହତ ଫତେହ ଅଲ୍ଲୀ ଖାନଙ୍କ ସହ ଯୋଗାଯୋଗ କରିଥିଲେ। ତଥାପି କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ତାଙ୍କୁ ଏକ ମାସ ମଧ୍ୟରେ ୪.୩ କୋଟି ଟଙ୍କା ଜରିମାନା ଦାଖଲ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି। ଗତ ମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କହିଥିଲେ ଯେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟରେ ଶାସକ ମିଳିତ ସରକାର ଧନୀ ଲୋକଙ୍କୁ ଟିକସ ଦେଇ ଗରୀବଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଫେଡେରାଲ କ୍ୟାବିନେଟ ବୈଠକ ପରେ ଇସଲାମାବାଦରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଆମେ ବଜେଟରେ ଯେଉଁ ନୀତି ପ୍ରସ୍ତୁତ କରୁଛୁ ତାହା ହେଉଛି ଗରିବଙ୍କ ଉପରେ ଭାର କମାଇବା।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *