୧୩ରେ ଉତକ୍ଷେପଣ ହେବ ଚନ୍ଦ୍ରଯାନ -୩

Spread the love

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୩ରେ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ହେବ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମୁଖ୍ୟ ଏସ୍.ସୋମନାଥ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ ଜୁଲାଇ ୧୩ରେ ଉତକ୍ଷେପଣ ପାଇଁ ଉଦ୍ୟମ କରାଯିବ । ୧୩ରୁ ୧୯ ଯାଏଁ ଲଞ୍ଚ ପାଇଁ ୱିନଡୋ ସେଟ୍ ହୋଇଛି । ଅର୍ଥାତ ୧୩ରେ ଲଞ୍ଚ ହୋଇନପାରିଲେ ୧୯ ଯାଏଁ ଏନେଇ ପ୍ରୟାସ କରାଯିବ । ଏଥର ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଉପର ସ୍ତର ମୃତିକାର ଭୌତିକ ଗୁଣ ଉପରେ ଅନୁଧ୍ୟାନ କରିବ ।

Leave a Reply

Your email address will not be published. Required fields are marked *