ଜୁଲାଇ ୩୦ ରେ ୬ଟି ସହ-ଯାତ୍ରୀ ଉପଗ୍ରହ ସହିତ PSLV-C ୫୬ ଉତକ୍ଷେପଣ କରିବ ଇସରୋ (ISRO)

Spread the love

ନୂଆଦିଲ୍ଲୀ : ଚନ୍ଦ୍ରୟାନ – ୩ ଉତକ୍ଷେପଣ କରିବା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବର୍ତ୍ତମାନ ଆସନ୍ତା ଜୁଲାଇ ୩୦ ରେ ୬ଟି ସହ-ଯାତ୍ରୀ ଉପଗ୍ରହ ସହିତ ପିଏସଏଲଭି –ସି୫୬  (PSLV-C୫୬) ମିଶନ ଆରମ୍ଭ କରିବ । ଆଜି, ISRO ଟ୍ୱିଟ୍ କରି ଏହି ସୂଚନ୍ ଦେଇଛି ।  ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ ପିଏସଏଲଭି –ସି୫୬ ।

ଇସରୋ ସୂଚନା ଦେଇଛି ଯେ, PSLV-C୫୬ DS-SAR ଉପଗ୍ରହ ଏବଂ ସିଙ୍ଗାପୁରର DSTA ଏବଂ ST ଇଞ୍ଜିନିୟରିଂର ଅନ୍ୟ ୬ଟି ଉପଗ୍ରହକୁ ମହାକାଶକୁ ନେଇଯିବ। ସୂଚନାଯୋଗ୍ୟ ଯେ, ଇସରୋ (ISRO) ନିକଟରେ ଚନ୍ଦ୍ରୟାନ-୩ ଲଞ୍ଚ କରିଛି ।

Leave a Reply

Your email address will not be published. Required fields are marked *